ଭାରତ

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ୨୫୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଫିଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ ଝଟକା ଅନୂଭତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଆଫଗାନିସ୍ତାନର ଦକ୍ଷିଣ ପୂର୍ବ ଭୂମିକମ୍ପର କେନ୍ଦ୍ରସ୍ଥଳୀ ବୋଲି ଜଣାପଡ଼ିଛି । ଭୂମିକମ୍ପରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ପକ୍ତିକା ଓ ଖୋସ୍ତ ଅଂଚଳରେ ହୋଇଥିବା ଜଣାପଡ଼ିଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ଖୋସ୍ତ ସହରଠାରୁ ପାଖାପାଖି ୪୪ କିଲୋମିଟର ଦୂରରେ ସଂଘଠିତ ହୋଇଥିଲା ଏବଂ ବେଳେ ଏହାର ପ୍ରଭାବ ୫୧ କିଲୋମିଟର ଯାଏଁ ରହିଥିବା ସୂଚନା ମିଳିଛି ।

Related posts

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି

mahabharatanews

ଇଡି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧିଙ୍କ ନାମ  

mahabharatanews

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ଯୁକ୍ତି ବାଢିଲେ ସାଂସଦ ଦିଲ୍ଲୀପ ରାୟ ।

mahabharatanews