ଭାରତ

ଆଦିତ୍ୟ-ଏଲ୍‌୧; ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ

(ଦିଲ୍ଲୀ) :ଆଦିତ୍ୟ -ଏଲ୍‌୧’ ହେଉଛି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବା ପାଇଁ ଭାରତର ପ୍ରଥମ ମହାକାଶଭିତ୍ତିକ ଅଭିଯାନ, ଯାହାକୁ ସେପ୍ଟେମ୍ବର ୨ ତାରିଖରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ଗତକାଲି ରାତି ୨.୧୫ରେ ‘ଆଦିତ୍ୟ-ଏଲ୍‌୧’ର ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ ହୋଇଥିବା କଥା ‘ଇସ୍ରୋ’ ସୂଚନା ଦେଇଛି।

ସୂଚନାନୁଯାୟୀ , ଏ ବିଷୟରେ ‘ଏକ୍ସ’ କରି ‘ଇସ୍ରୋ’ ଲେଖିଛି: ଚତୁର୍ଥ ‘ଆର୍ଥ ବାଉଣ୍ଡ୍‌ ମାନେଭର୍‌’ (ଇବିଏନ୍‌#୪) ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି ମହାକାଶଯାନ ବା ଉପଗ୍ରହର କକ୍ଷପଥ ପରିବର୍ତ୍ତନ ଅଭିଯାନକୁ ମରିସସ୍‌, ବେଙ୍ଗାଲୁରୁ, ‘ଏସ୍‌ଡିଏସ୍‌ସି-ଏସ୍‌ଏଚ୍‌ଏଆର୍‌’ ଓ ପୋର୍ଟବ୍ଲେୟାର୍‌’ରେ ଅବସ୍ଥିତ ‘ଇସ୍ରୋ’ର ‘ଗ୍ରାଉଣ୍ଡ୍‌ ଷ୍ଟେସନ୍‌’ମାନଙ୍କରୁ ଲକ୍ଷ୍ୟ ରଖାଯାଇଥିଲା। ‘ଆଦିତ୍ୟ-ଏଲ୍‌୧’ ପ୍ରବେଶ କରିଥିବା ଏହି ନୂତନ କକ୍ଷପଥ ପରିସୀମା ହେଉଛି ୨୫୬ କିଲୋମିଟର୍‌ x ୧୨୧୯୭୩ କିଲୋମିଟର୍‌। ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ‘ଟ୍ରାନ୍‌ସ୍‌ ଲାଗ୍ରାନ୍‌ଜିଆନ୍‌ ପଏଣ୍ଟ୍‌ ୧ ଇନ୍‌ସର୍‌ସନ୍‌’ (ଟିଏଲ୍‌୧ଆଇ) ସେପ୍ଟେମ୍ବର ୧୯ ତାରିଖ ରାତି ୨ଟା ବେଳେ କରାଯିବ। ଏଯାବତ୍‌ ପୃଥିବୀ ପରିକ୍ରମଣ କରୁଥିବା ଏହି ମହାକାଶଯାନ ଏହାପରେ ତା’ର ଗନ୍ତବ୍ୟସ୍ଥଳ ‘ଏଲ୍‌୧ ପଏଣ୍ଟ୍‌’ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

Related posts

ସାଂସଦ ନବନୀତ୍ ରାଣାଙ୍କୁ ହତ୍ୟା ଧମକ

mahabharatanews

୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଗୁର୍ଘଟଣାଗ୍ରସ୍ତ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୨,୩୮୦ କରୋନା ସଂକ୍ରମିତ ଚିନ୍ହଟ

mahabharatanews