ଭାରତ

ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ଭାରତ 

(ଦିଲ୍ଲୀ) : ଚନ୍ଦ୍ର ପରେ ଏବେ ସୂର୍ଯ୍ୟଙ୍କ ନିକଟରେ ପହଞ୍ଚିବ ଭାରତ । ଭାରତ ପୁଣି ରଚିବ ନୂଆ ଇତିହାସ । ଚନ୍ଦ୍ରଯାନ ୩ ସଫଳତାର ପରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ନଜର ସୌର ମିସନ ଉପରେ ଲାଗିପଡ଼ିଛି ।

ସୂଚନାନୁଯାୟୀ,  ସେପ୍ଟେମ୍ବର ୨ରେ ଭାରତ ଆରମ୍ଭ କରିବ ତାର ସୂର୍ଯ୍ୟ ମିଶନ । ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ସେପ୍ଟେମ୍ବର ୨ ତାରିଖ ଦିନ ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ଆର ମାଧବଙ୍କ ପୁଅ ବେଦାନ୍ତ ମାଧବନ

mahabharatanews

ଆଖି ପିଛୁଳାକେ ଟାର୍ଗେଟକୁ ଧ୍ବଂସ କରିବ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର

mahabharatanews