ସୁବର୍ଣ୍ଣପୁର : ସୋନପୁର ବ୍ଲକ ମିଶନ ଶକ୍ତି ଗୃହ ସୋନପୁର ପରିସରରେ ଜ଼ିଲ୍ଲା ସ୍ତରୀୟ ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ତାଲିମ ଶିବିରରେ ଅତିରିକ୍ତ ଜ଼ିଲ୍ଲାପାଲ ସୁବର୍ଣ୍ଣପୁର ଶ୍ରୀମତୀ ନିଶି ପୁନମ ମିଞ୍ଜ ,ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାସ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅନିତା ଗୁରୁ, ଜ଼ିଲ୍ଲା ସଂଯୋଜକ ରାକେଶ ପ୍ରଧାନ ୟୁନିସେଫ ଓ ଆକ୍ସନଏଡ଼ ପ୍ରମୁଖ ଯୋଗ ଦେଇଥିଲେ ।
ଅତିଥି ବୃନ୍ଦ ଅଦ୍ଵିକା କାର୍ୟ୍ୟକ୍ରମ ମାଧ୍ୟମ ରେ ପୋଷଣ ଖାଦ୍ୟ, ଆନେମିଆ , ବାଲ୍ୟ ବିବାହ ନିଷେଧ , ସ୍ୱଛତା , ଲିଙ୍ଗନିରୂପଣ ଏବଂ ଲିଙ୍ଗଗତ ବୈଷମ୍ୟ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ତାଲିମ ଶିବିର ରେ ୟୁଏନଏଫପିଏ ରୁ ଭାରତୀ ମହାପାତ୍ର ଯୋଗଦାନ କରି ମହିଳା ସୁପରଭାଇଜର ଓ ସିଡିପିଓ ମାନକୁ ତାଲିମ ପ୍ରଦାନ କରିଥିଲେ । ଅଦ୍ୟ ତାଲିମ ଶିବିରରେ ୬ ଟି ବ୍ଲକ ରୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ରୁ ସମସ୍ତ ସୁପରଭାଇଜର ଓ ସିଡିପିଓ ପ୍ରମୁଖ ଯୋଗଦାନ କରିଛନ୍ତି ।
