ବିଶ୍ୱଭାରତ

ଆଫଗାନିସ୍ତାନରେ ୨ଟି ଭୂମିକମ୍ପ

  ଆଜି ୩୦ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଆଫଗାନିସ୍ତାନରେ ୨ଟି ଭୂମିକମ୍ପ ସଂଘଠିତ ହୋଇଥିବା ସୂଚନା ଦେଇଛି। ରାତି ୧୨.୨୮ରେ ଫୈଜାବାଦ୍‌ର ପୂର୍ବ ପ୍ରାନ୍ତକୁ ୧୦୦ କିଲୋମିଟର୍‌ ଦୂରରେ ପ୍ରଥମ ଭୂମିକମ୍ପ ସଂଘଠିତ ହୋଇଥିଲା ଏବଂ ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪.୪। ପୁଣି ରାତି ୧୨.୫୫ରେ ଫୈଜାବାଦର ପୂର୍ବ ଆଡ଼କୁ ୧୨୬ କିଲୋମିଟର୍‌ ଦୂରରେ ଦ୍ବିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪.୮।

ସୂଚନାନୁଯାୟୀ , ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୫.୨। ଏହା ପୂର୍ବରୁ ଅକ୍ଟୋବର ମାସରେ ଆଫଗାନିସ୍ଥାନରେ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ଏବଂ ଏହା ପରେ ହୋଇଥିବା କମ୍ପନ ଯୋଗୁଁ ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା

Related posts

ନୁଆ ଲୋଗ ଉନ୍ମୋଚନ କଲା ଏୟାର ଇଣ୍ଡିଆ

mahabharatanews

ଅଚାନକ ଭୁଶୁଡି ପଡିଲା ପୋଲ 

mahabharatanews

ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କୁ ଗୁଳିମାଡ, ଦୁର୍ବୃତ୍ତ ଗିରଫ

mahabharatanews