ଭାରତ

ବନ୍ଦ ହେଲା ଦିଲ୍ଲୀ ସ୍ଥିତ ଆଫାଗାନିସ୍ଥାନ ଦୂତାବାସ

(ଦିଲ୍ଲୀ) : ଅଫାଗାନିସ୍ଥାନ ନୂଆଦିଲ୍ଲୀରେ ଥିବା ନିଜ ଦୂତାବାସକୁ ସ୍ଥାୟୀ ଭାବେ ବନ୍ଦ କରିବାର ନିଷ୍ପତ୍ତି ନେଇଛି । ଏନେଇ ଆଫଗାନିସ୍ତାନ ଦୂତାବାସ ଏକ ପ୍ରେସ ବିଜ୍ଞପ୍ତି ଜାରି ସୂଚନା ଦେଇଛି । ତାଲିବାନ ନିୟନ୍ତ୍ରଣ କରିବା ପୂର୍ବରୁ ଆଶ୍ରମ ଗନି ସରକାରଙ୍କ ଦ୍ୱାରା ଏହି ଆଫଗାନିସ୍ତାନ ଦୂତାବାସ ପ୍ରତିଷ୍ଠା କରାଯାଇଥିଲା, ଯାହା ତାଲିବାନ ଶାସନ ଦ୍ୱାରା ଅନୁମୋଦିତ ହୋଇନଥିଲା। ତେଣୁ ବର୍ତ୍ତମାନ ଆଫଗାନିସ୍ତାନ ଦୂତାବାସ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଯାଇଛି ।

ସୂଚନାନୁଯାୟୀ , ତାଲିବାନ ଶାସନ ଦୀର୍ଘ ଦିନ ଧରି ଭାରତ ସରକାରଙ୍କୁ ନିଜ କୂଟନୀତିଜ୍ଞଙ୍କୁ ନୂଆଦିଲ୍ଲୀ ଗସ୍ତ କରିବାକୁ ଅନୁମତି ମାଗିଆସୁଛି । ତାଲିବାନ ଶାସନ ଭାରତ ରାଜଧାନୀରେ ନିଜର ରାଷ୍ଟ୍ରଦୂତ ପୋଷ୍ଟ କରିବାକୁ ଅନୁମତି ଦେବାକୁ ଚାପ ପକାଇ ଆସୁଛି । ଜୁଲାଇ ୨୦୨୧ରେ ତାଲିବାନ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ଉଠାଇଥିଲା ଯେତେବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ଟିମ୍ କାବୁଲ ପରିଦର୍ଶନ କରିଥିଲେ।

Related posts

ବିଏସଏଫ ଯବାନଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ , ୧୫ ଆହତ

mahabharatanews

ସିଏସଆଇଆର ପ୍ରଥମ ମହିଳା ନିର୍ଦ୍ଦେଶକ ହେଲେ ନଲ୍ଲାଥମୀ କଲାଇସେଲବୀ

mahabharatanews

ସର୍ମ୍ପକୀୟଙ୍କ ଘରେ ଇଡିର ରେଡ, ମିଳିଲା କୋଟି କୋଟି ଟଙ୍କା ଓ ସୁନା ବିସ୍କୁଟ

mahabharatanews