Uncategorized

ସୁକୁମା ଜିଲ୍ଲାରେ ନକ୍ସଲ ତାଣ୍ଡବ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୁଣି ନକ୍ସଲ ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ରାତିରେ ନକ୍ସଲମାନେ ସଂଘବଦ୍ଧ ହୋଇ ସୁକମା ଜିଲ୍ଲାର କୁକନର ଥାନା ଅଧୀନ କୋତଣାଗର ଅଞ୍ଚଳରେ ହେଉଥିବା ଏକ ରାସ୍ତା କାମ ସ୍ଥାନରେ ପହଞ୍ଚି ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି।
ସୁକମା ଜିଲ୍ଲାର କୁକନର ଥାନା ଅଧୀନ କୋତଣାଗର ଅଞ୍ଚଳରେ ରାସ୍ତା କାମ ଚାଲିଛି। ନକ୍ସଲମାନେ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ। କିନ୍ତୁ ନକ୍ସଲର ବାରଣକୁ ଭ୍ରୁକ୍ଷେପ ନ କରି ରାସ୍ତା କାମ ଜୋରସୋରରେ ଚାଲିଥିଲା। ରାସ୍ତା କାମ ଚାଲିଥିବା ଜାଣିବା ପରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ସଂଘବଦ୍ଧ ନକ୍ସଲ ରାସ୍ତା କାମ ନିକଟରେ ପହଞ୍ଚି କାମରେ ନିୟୋଜିତ ଥିବା ୬ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ପୁଲିସ ଖବର ପାଇ ଘଟଣା ସ୍ଥାନରେ ପହଞ୍ଚି ଛାନଭିନ କରୁଥିବା ଜଣାପଡ଼ିଛି।

Related posts

ହୋଟେଲ ରୁମରୁ ତାମିଲ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

mahabharatanews

ମାଲଦୀପ ରାଷ୍ଟ୍ରପତିଙ୍କ ଭାରତକୁ ଧନ୍ୟବାଦ

mahabharatanews

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୦୯ ମୃତ

mahabharatanews