ଵାଣିଜ୍ୟ

ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ୧୩ତମ ଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଶୁକ୍ରବାର ପୁଣି ଥରେ ତୈଳଦର ବୃଦ୍ଧି ଘଟାଇଛନ୍ତି ତୈଳ କମ୍ପାନୀ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇ ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୮.୩୭ ଟଙ୍କା ଓ ଡିଜେଲର ମୂଲ୍ୟ ୭୭.୦୬ ଟଙ୍କା ହୋଇଛି। ସେହିପରି ଭୁବନେଶ୍ବରରେ ଆଜିର ପେଟ୍ରୋଲ ଲିଟର ପିଛା ୭୭.୮୯ ଏବଂ ଡିଜେଲ ୭୪.୯୩ ଟଙ୍କା ହୋଇଯାଇଛି । ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିର୍ଘ ୮୨ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ବିଗତ ୧୩ ଦିନ ହେବ ଲଗାତର ବୃଦ୍ଧି ପାଇବାରେ ଲାଗିଛି।

Related posts

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews

ରାଜ୍ୟରେ ପ୍ରତିଷ୍ଠା ହେବ ୧୨ଟି ଇସ୍ପାତ କାରଖାନା

mahabharatanews