ଅପରାଧଓଡିଶା

ଭିଜିଲାନ୍ସ ଜାଲରେ କୃଷି ଓଭରସିୟର

ରାଇରଙ୍ଗପୁର (ସତ୍ୟନାରାୟଣ ପାଲ୍‌): ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି । ଅପରାଧ ଓ ଅପରାଧୀର ସଂଖ୍ୟା ବଢିବାରେ ଲାଗିଛି । ଏମିତି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଘଟିଛି । ତେବେ ରାଇରଙ୍ଗପୁର ସ୍ଥିତ ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କାର୍ଯ୍ୟାଳୟ ଅଧୀନ ବିଶୋଇ ବ୍ଲକ ଅଞ୍ଚଳରେ କାର‌୍ୟ୍ୟରତ ଓଭରସିୟର (କନିଷ୍ଠ ଯନ୍ତ୍ରୀ) କିଶୋର କୁମାର ବେହେରା ଭିଜିଲାନ୍ସ ବିଭାଗ ହାତରେ ଧରା ପଡିଛନ୍ତି।

ଏମ୍ ଜିଏନଆର ଇଜିଏ ଯୋଜନାରେ କ୍ଷେତ୍ର ପୋଖରୀ ଖଳା ବାବଦ କୁ ମାଷ୍ଟର ଜଣେ ହିତାଧିକାରୀକ ନିକଟରୁ ୨୨ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଥିଲେ। ତାଙ୍କ ଠାରୁ ଭିଜିଲାନ୍ସ ବିଭାଗ ଲାଞ୍ଚ ନେଇ ଥିବା ସମସ୍ତ ଟଙ୍କା ଜବତ କରିଛି। ଏ ସମ୍ପର୍କରେ ବାଲେଶ୍ଵର ଭିଜିଲାନ୍ସ କେସ ନମ୍ୱର ୩୦/୨୦୨୨ରେ ଏକ ମାମଲା ରୁଜୁ ହୋଇଛି। ଓଭରସିୟର କିଶୋର କୁମାର ବେହେରା କର ବିରୋଧରେ ତଦନ୍ତ ଜାରି ରହିଥିବା ଜଣପଡିଛି।

Related posts

ଦୁର୍ଗମ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଲେ ତହସିଲଦାର

mahabharatanews

 ୧ହଜାର ଷ୍ଟିଲ ପାତ୍ରରେ ଗଣପତିବାବା

mahabharatanews

ଜୁଆ ଖେଳ ବେଳେ ଚଢାଉ: ୬ ଗିରଫ, ୧୩ ହଜାରରୁ ଊଦ୍ଧ୍ୱର୍ ଟଙ୍କା ଜବତ

mahabharatanews