Uncategorized

ଦିଲ୍ଲୀରେ ଘନ କୁହୁଡ଼ି: ୪୬ ବିମାନର ଗତିପଥ ପରିବର୍ତ୍ତିତ

ନୂଅ।ଦିଲ୍ଲୀ: ଶନିବାର ପ୍ରତ୍ୟୁଷରେ ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ କେତେକ ବିମାନ ଓ ରେଳ ଚଳାଚଳରେ ଅସୁବିଧା ଉପୁଜିଛି ।
ଶନିବାର ଦିନ ସରକାରୀ ଅଧିକାରୀମାନେ ଦେଇଥିବା ବିବୃତିରେ କହିଛନ୍ତି ଯେ ଶୁକ୍ରବାର ମଧ୍ୟରାତ୍ରୀ ଯାଏଁ ଦିଲ୍ଲୀ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁଁ ୪୬ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । କୁହୁଡ଼ି ଯୋଗୁଁ ଉତ୍ତର ଭାରତକୁ ଯାଉଥିବା ୧୭ଟି ଟ୍ରେନ୍ ବିଳମ୍ବରେ ଯାତ୍ରା କରୁଛି । କୁହୁଡ଼ି ଯୋଗୁଁ ଦୃଶ୍ୟତା ୫୦ ମିଟରରୁ କମ୍ ହୋଇଯିବାରୁ ଶୁକ୍ରବାର ଦିନ ଦିଲ୍ଲୀ ବିମାନ ବନ୍ଦରରେ ୩୦୦ ବିମାନ ଉଡ଼ାଣ ଏବଂ ଅବତରଣରେ ବିଳମ୍ବ ଘଟିଥିଲା । ଶହ ଶହ ଯାତ୍ରୀ ବିମାନ ବନ୍ଦରରେ ଅଟକି ରହିଥିଲେ । ଭାରତୀୟ ପାଣିପାଗ ବିଭାଗ କହିଛି ଯେ ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ବିହାର, ଅ।ସାମ ଏବଂ ମେଘାଳୟରେ ଘନ କୁହୁଡ଼ି ପରିଲକ୍ଷିତ ହୋଇଥିଲା । ତ୍ତତ୍ତର ରାଜସ୍ଥାନ, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ମଧ୍ୟ ଅତ୍ୟଧିକ ଘନ କୁହୁଡ଼ି ଘୋଟି ରହିଥିଲା । ଜାତୀୟ ରାଜଧାନୀ ଅଞ୍ଚଳରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୫ ଓ ୮ ଡିଗ୍ରି ସେଲ୍ସିଅସ୍ ମଧ୍ୟରେ ରହିବ ।

Related posts

ଜୁନ ୩୦ ଯାଏଁ ବୁକ ଟିକେଟ ରଦ୍ଦକଲା ରେଳବାଇ

mahabharatanews

୨, ୬୧. ୭୬, ୧୪୦ରେ ପହଞ୍ଚିଛି ବିଶ୍ୱ କରୋନା ସଂକ୍ରମଣ 

mahabharatanews

ଜେଏନୟୁ ହିଂସା: ହ୍ୱାଟ୍ସଆପ ଗ୍ରୁପ ସଦସ୍ୟଙ୍କ ଫୋନ ଜବତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews