ପଟନା: ନାଗରିକତା ସଂଶୋଧନ ଅ ।ଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନଅ।ରସି) ବିରୋଧରେ ବିହାରରେ ଅ ।ନ୍ଦୋଳନ ତେଜିଛି । ଶନିବାର ଅ।ରଜେଡି ପକ୍ଷରୁ ବିହାର ବନ୍ଦ ପାଳନ କରାଯାଇଛି । ସକାଳୁ ରାଜ୍ୟରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ମହାମେଣ୍ଟର ସହଯୋଗୀ ଦଳଗୁଡ଼ିକ ବି ଅ।ରଜେଡିକୁ ସମର୍ଥନ କରିଛନ୍ତି । ବନ୍ଦ ସମୟରେ କୌଣସି ହିଂସା ଅ।ଶଙ୍କାରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଲିସ ବିକ୍ଷୋଭକାରୀଙ୍କର ଯଦି କୌଣସି କ୍ଷତି କରେ ତେବେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ ବୋଲି ଅ ।ରଜେଡି ନେତା ତଥା ତେଜସ୍ୱୀ ଯାଦବ କଡ଼ା ଚେତାବନୀ ଦେଇଛନ୍ତି । ବିହାରର ହାଜିପୁରରେ ଅ ।ରଜେଡି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅ ।ନ୍ଦୋଳନକାରୀମାନେ ହାଜିପୁର-ମୁଜଫରପୁର ୨୨ ନମ୍ବର ଜାତୀୟ ରାଜପଥର ଭଗବାନପୁରଠାରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି । ଏହା ସହିତ ଅ ।ରଜେଡି କାର୍ଯ୍ୟକର୍ତ୍ତାମାନେ ମଇଁଷିମାନଙ୍କୁ ଧରି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ମଇଁଷିଙ୍କ ଶରୀରରେ ପୋଷ୍ଟର ଲଗାଯାଇଛି, ଯେଉଁଥିରେ ସିଏଏକୁ କଳା ଅ ।ଇନ ବୋଲି ଦର୍ଶାଯାଇଛି । ଏହି କଳା ଅ ।ଇନ ଚଳିବ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛ । ଅନ୍ୟପଟେ ତେଜସ୍ୱୀ ଯାଦବ ନିଜକୁ ଗାନ୍ଧୀବାଦୀ ଦର୍ଶାଇ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି ବୋଲି କହିଛନ୍ତି । ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି । କ୍ଷମତାରେ ଥିବା ବ୍ୟକ୍ତିକୁ ସ୍ଥିର କରିବାକୁ ହେବ ସେ କିପରି ଏହାର ପରି•ଳନା କରିବୟ ନାଗରିକତା ସଂଶୋଧନ ଅ ।ଇନ ଅସମ୍ବିଧାନିକ ଏବଂ ମାନବସମାଜ ବିରୋଧୀ ବୋଲି ତେଜସ୍ୱୀ କହିଛନ୍ତି ।