Uncategorized

ଭାରତୀୟ ସେନାର ପାକକୁ କଡ଼ା ଜବାବ

ନୂଅ।ଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ସୀମାରେ ପୁଣି ଥରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଫଳରେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି । ଏଥିରେ ପାକିସ୍ତାନର ୨ଜଣ ସୈନିକ ନିହତ ହୋଇଥିବା ବେଳେ ଗୋଟିଏ ପୋଷ୍ଟ ଧ୍ୱଂସ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଅ ।ଜି ସକାଳେ ପାକ୍ ସେନା ଟଙ୍ଗଧାର ଓ କଂଜଲୱାନ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳି ବର୍ଷା କରିଥିଲା । ଏହାପରେ ଭାରତର ସୈନିକ ଏହାର କଡ଼ା ଜବାବ ଦେଇଥିଲେ । ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ ଜଣ ସୈନିକ ନିହତ ହୋଇଥିବା ବେଳେ ଗୋଟିଏ ପୋଷ୍ଟ ଧ୍ଂସ ହୋଇଯାଇଛି ।
ସୂଚନାଯୋଗ୍ୟ,ଏହା ପୂର୍ବରୁ ଗତ ୧୯ ତାରିଖରେ ଜାମ୍ମୁ ଓ କାଶ୍ମୀର ସୀମାରେ ଥିବା ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ବର୍ଷଣ କରିଥିଲା । ଭାରତୀୟ ସେନା ଏହାର ବି କଡ଼ା ଜବାବ ଦେଇଥିଲେ । ତା’ ଅ ।ଗରୁ ଗତ ୪ ତାରିଖରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ୨ ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ ।

Related posts

କରୋନାରେ ମାଓମାଦୀ ଆକ୍ରାନ୍ତ

mahabharatanews

ଗଣେଷ ନମିଳିଲେ କାହିଁକି ନଡିଆକୁ ପୂଜା କରାଯାଏ ଆସନ୍ତୁ ଜାଣିବା

mahabharatanews

ବିଶ୍ୱର ସବୁଠାରୁ ଗେଡା ଖଗେନ୍ଦ୍ରଙ୍କ ମୃତ୍ୟୁ

mahabharatanews