Uncategorized

ଅଯୋଧ୍ୟା ରାମ ମନ୍ଦିର ପୂଜକ, ପୁଲିସ କର୍ମୀ କରୋନା ସଂକ୍ରମିତ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୁନ ୫ ତାରିଖରେ ଶୁଭ ଦିଆଯିବ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କିନ୍ତୁ ଅଯୋଧ୍ୟାର ଜଣେ ପୂଜକ କରୋନା ସଂକ୍ରମିତ ହୋଇଛନ୍ତି। ଅଯୋଧ୍ୟା ରାମ ଜନ୍ମଭୂମି ପାଇଁ ନିଯୁକ୍ତ ପୂଜକ ଗୋଷ୍ଠୀ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇଥିବାବେଳେ ଏଠାକାର ସୁରକ୍ଷା ଦାୟିତ୍ୱରେ ଥିବା ୧୫ଜଣ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ମୁଖ୍ୟ ପୂଜକ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁଯାୟୀ ପ୍ରଦୀପ ଦାସ ନାମକ ଜଣେ ପୂଜକ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୧୫ଜଣଙ୍କୁ କ୍ୱାରୋଣ୍ଟାଇନରେ ରଖାଯାଇଛି।
ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟ ସମୀକ୍ଷା ଲାଗି ଅଯୋଧ୍ୟା ଗସ୍ତ କରିଥିଲେ। ଏହି ସମୟରେ ସେ ମନ୍ଦିରରେ ପୂଜାପାଠ କରିଥିଲେ ଓ ପୂଜକ ପ୍ରଦୀପ ଦାସ ତାଙ୍କ ସହିତ ଏହି ପୂଜାରେ ଉପସ୍ଥିତ ରହିଥିଲେ। ପ୍ରଦୀପ ଦାସ ରାମ ମନ୍ଦିରରେ ଦେବଦେବୀଙ୍କ ପୂଜା କାର୍ୟ୍ୟ ତୁଲାଇଥାନ୍ତି। ଅଯୋଧ୍ୟା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) କହିଛନ୍ତି ଯେ ମନ୍ଦିର କାର୍ୟ୍ୟରେ ନିୟୋଜିତ ପ୍ରତ୍ୟେକଙ୍କର କରୋନା ପରୀକ୍ଷା କରାଯାଇଛି। ସଂକ୍ରମିତ ଚିହ୍ନଟ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି।

Related posts

ପ୍ଲାଷ୍ଟିକ ବିରୋଧରେ କେରଳ ସରକାରଙ୍କ ଅଭିଯାନ

mahabharatanews

ସରକାରୀ ସୁବିଧାରୁ ବଞ୍ଚିତ ୬୦ ବର୍ଷୀୟ ଦିବ୍ୟାଙ୍ଗ

mahabharatanews

କେଶ ଅଧିକ ପାଚୁଛି କି? ମେହେନ୍ଦି ପାଉଡରରେ ମିଶାଇ ଲଗାନ୍ତୁ ଏହି ତେଲ, କେଶ ହେବ ଘନ ଓ କଳା

mahabharatanews