ଭାରତ

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଆରମ୍ଭ

(ଦିଲ୍ଲୀ) : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଉ ଆଜି ଏହାର ପ୍ରଥମ ପଦକ୍ଷେପ ଭାବେ ଅକ୍ଷତ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ମନ୍ଦିରର ରାମ ଦରବାରରେ ଆଜି ହଳଦୀ ଓ ଦେଶୀ ଘିଅ ସହ ପ୍ରାୟ ୧୦୦ କୁଇଣ୍ଟାଲ ଚାଉଳରେ ଅକ୍ଷତ ପୂଜା କରାଯାଇଛି ।

ସୂଚନାନୁଯାୟୀ ,  ମନ୍ଦିର ଜାନୁୟାରୀ ୨୩ରେ ସର୍ବସାଧାରଣଙ୍କ ପାଇଁ ଖୋଲାଯିବାକୁ ଥିବାବେଳେ ୨୨ ଜାନୁୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରିବେ  । ପୂଜା ହୋଇଥିବା ଅକ୍ଷତକୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସାରା ଦେଶରେ ବଣ୍ଟନ କରାଯିବ  । ଜାନୁୟାରୀ ୨୨ ପୂର୍ବରୁ ଏହି ଅକ୍ଷତ ସାରା ଦେଶରେ ବଣ୍ଟନ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ମନ୍ଦିରରେ ପ୍ରାଣପ୍ରତିଷ୍ଠା ହେବା ପରେ ପ୍ରତିଦିନ ୭୦ରୁ ୭୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ  ।

Related posts

ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

mahabharatanews

ସିବିଆଇରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ୱ

mahabharatanews

ବିଜେପିରୁ ଇସ୍ତଫା ଦେଲେ ରମା ରଞ୍ଜନ ବଳିୟାର ସିଂ

mahabharatanews