ମନୋରଞ୍ଜନ

ହାତକୁ ଦି ହାତ ହେବେ ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

(ମୁମ୍ବାଇ) : ଚଳିତ ମାସରେ ବିବାହ କରିବେ ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ।

ସୂଚନାନୁଯାୟୀ , ଗଣମାଧ୍ୟମଠାରୁ ନିଜ ବ୍ୟକ୍ତିଗତ ଜୀବନ ଦୂରେଇ ରଖିବାକୁ ଚାହୁଥିବାରୁ ରଣଦୀପ ଧୁମଧାମରେ ବିବ‌ାହ କରିବାକୁ ଚାହୁନଥିବା ଚର୍ଚ୍ଚା ହେଉଛି। ହେଲେ ଦୁହେଁ ବିବାହକୁ ନେଇ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଅଭିନେତା ସତରେ ବିବାହ କରୁଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ। ଏପର୍ଯ୍ୟନ୍ତ ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ସ୍ବୀକାର କରିନଥିଲେ ବି ରଣଦୀପ ଅନେକ ସମୟରେ ଲିନଙ୍କ ସହ ଫଟୋ ସେୟାର କରନ୍ତି। ୨୦୨୧ରେ ଲିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ପୋଷ୍ଟ କରିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଏକପ୍ରକାର ସ୍ପଷ୍ଟ ହୋଇଥିଲା।

Related posts

ଆଜି ତେଲେଙ୍ଗାନା ନିର୍ବାଚନ; ଲାଇନରେ ସାଉଥ୍‌ ସୁପର୍‌ଷ୍ଟାର୍

mahabharatanews

ଅକ୍ଟୋବରରେ ବିବାହ କରିବେ ରାଘବ -ପରିଣୀତି !

mahabharatanews

ଭୋଟ ଦେଲେ ଗର୍ଭବତୀ ଦୀପିକା ପାଦୁକୋନ 

mahabharatanews