ମନୋରଞ୍ଜନ

ବଲିଉଡକୁ ଘାରିଛି ତମାଖୁ ବିଜ୍ଞାପନ ନିଶା  

(ମୁମ୍ବାଇ) :  ଲୋକଙ୍କ ସମାଲୋଚନାର ପାତ୍ର ହୋଇଛନ୍ତି ଖିଲାଡୀ ବୟ । ପୂର୍ବରୁ ତମାଖୁ ବିଜ୍ଞାପନ କରି ସମାଲୋଚିତ ହୋଇ କ୍ଷମା ମାଗିବା ପରେ ଏବେ ପୁଣି ସେହି ବିଜ୍ଞାପନ କରି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।

ସୂଚନାନୁଯାୟୀ ,ବିଜ୍ଞାପନରେ ଶାହରୁଖ୍‌, ଅଜୟ ଓ ଅକ୍ଷୟଙ୍କ ସହ ବିଗବସ୍‌ ଫେମ୍‌ ସୌନ୍ଦର୍ଯ୍ୟା ଶର୍ମା ବି ନଜର ଆସିଛନ୍ତି। ଦେଖିବାକୁ ମିଳିଛି ଯେ ଶାହରୁଖ୍‌ ଓ ଅଜୟ ଗାଡ଼ିରେ ବସି ଘର ବାହାରେ ଅକ୍ଷୟଙ୍କ ଅପେକ୍ଷା କରିଛନ୍ତି। ସେମାନେ ବାରମ୍ବାର ଡାକିବା ପରେ ବି ଅକ୍ଷୟ ଉପରୁ ତଳକୁ ଆସୁନାହାନ୍ତି। ତା’ପରେ ଅଜୟ ଏକ ବଲ୍‌ ପିଙ୍ଗୁଛନ୍ତି ତାଙ୍କ ଝରକାକୁ। ବାଲକୋନିକୁ ଆସୁଛନ୍ତି ସୌନ୍ଦର୍ଯ୍ୟା। କାନରେ ହେଡ୍‌ଫୋନ୍‌ ଦେଇଥିବା କାରଣରୁ ଅକ୍ଷୟ ଶୁଣିପାରୁନାହାନ୍ତି। ତା’ପରେ ଅଜୟ ଗୁଟ୍‌ଖା ପ୍ୟାକେଟ୍‌ ଚିରି ପାଟିରେ ପକାଇବା ମାତ୍ରକେ ବାସ୍ନାରେ ବାହାରକୁ ପଳାଇ ଆସୁଛନ୍ତି ଅକ୍ଷୟ। ଥରେ ଗୁଟ୍‌ଖା ବିଜ୍ଞାପନ କରି ସମାଲୋଚିତ ହୋଇ ଲୋକଙ୍କୁ କ୍ଷମା ମାଗିଥିଲେ। ତଥାପି ତାଙ୍କର ଏଭଳି ଢ଼ୋକକୁ ଲୋକେ ସମାଲୋଚନା କରିଛନ୍ତି ।

Related posts

ଆଉ ନାହାନ୍ତି ୨୬ ବର୍ଷୀୟ ଷ୍ଟାର ସୋଫିଆ ଲିଓନ

mahabharatanews

ସିନେମା ଦୁନିଆରୁ ବିରତି ନେବେ ବଲିଉଡ କଳାକାର ରଣବୀର କପୁର

mahabharatanews

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

mahabharatanews