ଓଡିଶା

ଆଜିଠୁ ‘ମୋ ଘର’ ପାଇଁ କରିପାରିବେ ଆବେଦନ

(ଭୁବନେଶ୍ୱର) :  ଆଜିଠାରୁ ରାଜ୍ୟ ସରକାର ‘ମୋ ଘର’ ଯୋଜନା ପାଇଁ ଆବେଦନ ଗ୍ରହଣ କରିବେ  । ଯେଉଁମାନଙ୍କର ଘର ନିର୍ମାଣରେ ଅର୍ଥ ବାଧକ ସାଜିଛି ସେମାନଙ୍କୁ ଛାତ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିବ। ଏଥିପାଇଁ ‌ହିତାଧିକାରୀଙ୍କୁ rhodisha.gov.in/moghara ୱେବସାଇଟ୍‌ରେ ଆବେଦନ କରିବାକୁ କୁହାଯାଇଛି।

ସୂଚନାନୁଯାୟୀ, ‘ମୋ ଘର’ ଯୋଜନା ଅନୁଯାୟୀ, ଯଦି ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଙ୍କ୍ରିଟ ଛାତ ଘରେ ବାସ କରୁଥିବେ, ପୂର୍ବରୁ ସରକାରଙ୍କ ଠାରୁ କୌଣସି ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିବେ କିମ୍ବା ୭୦ହଜାର ଟଙ୍କାରୁ କମ୍‌ ସହାୟତା ପାଇଥିବେ, ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍‌ ଥିବ, ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଅଣବ୍ୟବସାୟିକ ମୋଟରଚାଳିତ ୪ଚକିଆ ଯାନ ନଥିବ, କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ, ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ୍‌ ଥିବ ତେବେ ଏହି ଯୋଜନାରେ ଋଣ ଓ ସବ୍‌ସିଡି ପାଇବାକୁ ଯୋଗ୍ୟ ବିବେଚିତ ହେବେ।

Related posts

ଦୁଇ ପୃଥକ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

mahabharatanews

ସମ୍ବଲପୁର ଏସପିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ବିଜେପି ଜିଲ୍ଲା ଉପସଭାପତି

mahabharatanews

ଛୋଟ ପିଲାଙ୍କ ଆଖିରେ କରୋନା ପ୍ରଭାବ

mahabharatanews