ନୂଆଦିଲ୍ଲୀ: କୋଭିଡ-୧୯ ଆତଙ୍କ ଭିତରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଥିବା ସମସ୍ତ ମଲକୁ ବନ୍ଦ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ତେବେ ତେଜରାତି ଦୋକାନ ଓ ଔଷଧାଳୟ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । କେଜରିୱାଲ ଟୁଇଟ କରି ତେଜରାତି, ଔଷଧାଳୟ ଓ ପରିବା ଦୋକାନ ବ୍ୟତୀତ ସମସ୍ତ ଦୋକାନ ଓ ମଲ ବନ୍ଦ କରିବାକୁ କହିଛନ୍ତି । ସେ ଆହୁୁରି ଉଲ୍ଲେଖ କରିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଏଡାଇବା ପାଇଁ ଆମେ ଏହି ସମସ୍ତ ଦୋକାନ ଓ ମଲକୁ ବନ୍ଦ କରୁଛୁ ।
ଏହା ପୂର୍ବରୁ ଦିଲ୍ଲୀ ସରକାର ଏହା ପୂର୍ବରୁ ଆଜି ସମସ୍ତ ଘରୋଇ ସଂସ୍ଥାକୁ ପରାମର୍ଶ ଦେଇଥିଲା କି, ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯାଉ । ଏହି ନିୟମ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି କ୍ରମରେ ଦିଲ୍ଲୀରେ ଥିବା ସମସ୍ତ ଘରୋଇ ସଂସ୍ଥା, ବହୁରାଷ୍ଟ୍ରୀୟ କମ୍ପାନୀ, ଆଇ ଫାର୍ମ, ଶିଳ୍ପାନୁଷ୍ଠ।।ନ, ନିଗମ କାର୍ଯ୍ୟାଳୟକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦେବାକୁ କହିଛନ୍ତି । ଏହା ବ୍ୟତୀତ, ସରକାର ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟତଃ ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କୌଣସି ସାମାଜିକ, ସାଂସ୍କୃତିକ, ଧାର୍ମିକ, ସମ୍ମିଳନୀ ଆଦିରେ ୨୦ ଜଣରୁ ଅଧିକ ସମାବେଶ ନ କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଭାରତରେ କୋରୋନା ସଂକ୍ରମଣରେ ୨୦୦ରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି । ଗତକାଲି ଏହି ସଂଖ୍ୟା ୧୯୫ ଥିବା ବେଳେ୫ ଜଣଙ୍କ ମୃତ୍ୟୁ ହେଲାଣି । ବିଶ୍ୱବ୍ୟାପୀ ୧୦ ହଜାର ଲୋକଙ୍କ ମୃତ୍ୟୁ ହେଲାଣି ।