Uncategorized

ନାଗରିକତା ସଂଶୋଧନ ବିଲ: ସମର୍ଥନ ଜୁଟାଇବାକୁ ପାକ ହିନ୍ଦୁଙ୍କ ଅନୁରୋଧ

(ମହାଭାରତ/ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାସ ହୋଇଛି । ଏହାରି ମଧ୍ୟରେ ପାକିସ୍ତାନ ହିନ୍ଦୁମାନେ ବିରୋଧୀଦଳର ନେତାଙ୍କୁ ଭେଟି ନାଗରିକତା ସଂଶୋଧନ ବିଲର ସମର୍ଥନ କରିବା ପାଇଁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନୀ ହିନ୍ଦୁଙ୍କ ଏକ ଦଳ ଖୁବଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ହିନ୍ଦୁଙ୍କ ପ୍ରତିନିଧି ଦଳ ନାଗରିକତା ସଂଶୋଧନ ବିଲ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛି ।

ଅ ।ଦର୍ଶ ନଗରର ଏକ ରିଫ୍ୟୁଜି କ୍ୟାମ୍ପରେ ରହୁଥିବା ୭୦୦ ହିନ୍ଦୁଙ୍କ ମଧ୍ୟରୁ ନେହରୁଲାଲ କହିଛନ୍ତି ଅ ।ମକୁ ନାଗରିକତ୍ୱ ଦେବା ପାଇଁ ସରକାରଙ୍କୁ ସହଯୋଗ କରିବା ପାଇଁ ଅ ।ମେ ବିରୋଧୀ ଦଳ ନେତାଙ୍କୁ ଅନୁରୋଧ କରିବୁ । ପାକିସ୍ତାନରେ ହିନ୍ଦୁଙ୍କ ସହ ଅନ୍ୟାୟ ହେଉଛି । ସେଠାରେ ଅ ।ମର ହିନ୍ଦୁ ଧର୍ମ, ଝିଅ-ବୋହୁଙ୍କ ଇଜ୍ଜତ ଏବଂ ଜୀବନ ସୁରକ୍ଷିତ ନୁହେଁ । ଏପରିସ୍ଥିତିରେ ବିରୋଧୀ ଦଳ ଏହି ବିଲକୁ ପାସ କରିବାରେ ସାହାଯ୍ୟ କରି ଅ ।ମର ଜୀବନକୁ ରକ୍ଷା କରିବାରେ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି ।
ଜଣେ ପାକିସ୍ତାନୀ ହିନ୍ଦୁ କହିଛନ୍ତି ଦିଲ୍ଲୀରେ ଘରେ ·କର ରଖିବା ପାଇଁ ମଧ୍ୟ ପରିଚୟ ପତ୍ରର ଅ ।ବଶ୍ୟତକା ରହିଛି । କିନ୍ତୁ ତାଙ୍କ ପାଖରେ କୌଣସି ପରିଚୟ ପତ୍ର ନାହିଁ । ଯେଉଁଥି ପାଇଁ ଲୋକମାନେ ସେମାନଙ୍କୁ ·କିରୀରେ ରଖିବା ପାଇଁ ପ୍ରସ୍ତୁତ ନୁହନ୍ତି । ଏପରି ଭାବେ ସେମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି ।

Related posts

ଚୀନ ଲ୍ୟାବ୍‌ରୁ କରୋନା ଭୂତାଣୁ ବ୍ୟାପିବାର ପ୍ରମାଣ ରହିଛି: ପମ୍ପିଓ

mahabharatanews

ଏମଏସପି ଆଇନ ଅନ୍ତର୍ଭୁକ୍ତ ହେଲେ ଚାଷୀ କ୍ଷତି ସହିବେ: କେନ୍ଦ୍ର

mahabharatanews

କିରାଣୀକୁ ଗୋଡ଼ାଇ ହାଣିଲେ ଯୁବକ

mahabharatanews

Leave a Comment