ମନୋରଞ୍ଜନ

ଆତ୍ମହତ୍ୟା କଲେ ମଲୟାଲମ ଅଭିନେତ୍ରୀ

(ମୁମ୍ବାଇ) : ଶୋଇବା ଘରୁ ମିଳିଲା ମଲୟାଲମ ଅଭିନେତ୍ରୀଙ୍କ ମୃତଦେହ। ମୃତକଙ୍କ ନାମ ରେଞ୍ଜୁସା ମେନନହୋଇଥିବା ବେଳେ ତାଙ୍କୁ ୩୫ବର୍ଷ ହୋଇଥିଲା । ତେବେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରେଞ୍ଜୁସା ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ରେଞ୍ଜୁସା ବିଭିନ୍ନ ଫିଲ୍ମ ଓ ଧାରାବାହିକରେ ସହ କଳାକାର ଭାବେ କାମ କରିଥିଲେ।  କିଛି ମାସ ହେଲା ରେଞ୍ଜୁସା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ନିଜ ବାପା ଓ ମା’ଙ୍କ ସହ ରହୁଥିବା ରେଞ୍ଜୁସାଙ୍କ ପାଖରେ କାମର ଅଭାବ ଥିବାରୁ ସେ ମାନସିକ ଚାପ‌ରେ ରହୁଥିଲେ। ଏହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Related posts

 ଫିଲ୍ମ ‘ସତ୍ୟପ୍ରେମ କି କଥା’,ବେଶ ପସନ୍ଦ କରୁଛନ୍ତି ଦର୍ଶକ

mahabharatanews

ହସ୍ପିଟାଲରୁ ଘରକୁ ଫେରିଲେ ସୈଫ୍

mahabharatanews

ଅସ୍ତ୍ରୋପଚାର ପରେ ଭାରତ ଫେରିଲେ କିଙ୍ଗ ଖାନ 

mahabharatanews