ଭୟଙ୍କର ବିମାନ ଦୁର୍ଘଟଣା । ଅବତରଣ ବେଳେ ରନୱେରୁ ଖସିଗଲା ଆମାଜନ୍ର କାର୍ଗୋ ବିମାନ । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାର ମିଆମିରେ ଘଟିଛି ଦୁର୍ଘଟଣା।ଆମାଜନ୍ ପ୍ରାଇମ୍ ଏୟାର ପାଇଁ ପରିଚାଳିତ ୨୧ ଏୟାରର ବୋଇଂ ୭୬୭-୩୦୦ ବିମାନ ପୁଏର୍ଟୋ ରିକୋର ସାନ୍ ଜୁଆନ୍ରୁ ମିଆମି ଅଭିମୁଖେ ଆସିଥିଲା । ପରେ ଏହା ଭାବେ ଉଡ଼ାଣ କରିଥିଲା ।

ଗତକାଲି ମିଆମି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଅବତରଣ କରୁଥିବା ବେଳେ ବିମାନଟି ରନୱେରୁ ବାହାରି ଯାଇଥିଲା ।ପରେ ବିମାନରେ ନିଆଁ ଲାଗିଯାଇଥିଲା ଦୁର୍ଘଟଣାର ଖବର ପାଇବା ଫାୟାର୍ ରେସ୍କ୍ୟୁ ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ମିଆମି ଏୟାରପୋର୍ଟର ସମସ୍ତ ରନୱେ ଓ ଟ୍ୟାକ୍ସିୱେ ବନ୍ଦ କରାଯାଇଥିଲା । ବିମାନ ଚଳାଚଳ ମଧ୍ୟ ସାମୟିକ ଭାବେ ବନ୍ଦ ରହିଥିଲା । ଏହି ଘଟଣାର ତଦନ୍ତ କରିବ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ବା FAA ।
