ଭାରତ

ବଦ୍ରିନାଥ ଓ କେଦାରନାଥ ଧାମରେ ଅମ୍ବାନୀ ପରିବାର

(ଉତ୍ତରାଖଣ୍ଡ) : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଗୁରୁବାର ଦିନ ଶ୍ରୀ ବଦ୍ରିନାଥ ଏବଂ ଶ୍ରୀ କେଦାରନାଥ ଧାମ ଗସ୍ତରେ ଯାଇ ଦର୍ଶନ କରିଛନ୍ତି ।| ଅମ୍ବାନୀ ପରିବାର ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହା ପରେ ଅମ୍ବାନୀ ପରିବାର ମଧ୍ୟ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି (ବି.କେ.ଟି.ସି) କୁ ୫ କୋଟି ଟଙ୍କାର ଚେକ୍ ଦାନ କରିଛନ୍ତି। ବଦ୍ରିନାଥ ଏବଂ କେଦାରନାଥରେ ପହଞ୍ଚିବା ପରେ ବିକେଟିସି ପକ୍ଷରୁ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରାଯାଇଥିଲା ।

ସୂଚନାନୁଯାୟୀ , ଏହି ସମୟରେ ତାଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବାନ୍ଧବୀ ରାଧିକା ମର୍ଚାଣ୍ଟ ଏବଂ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ ଥିଲେ। ଅମ୍ବାନୀ ପ୍ରଥମେ ବଦ୍ରିନାଥ ଏବଂ ପରେ କେଦାରନାଥ ଧାମରେ ​​ପହଞ୍ଚିଥିଲେ। ମନ୍ଦିରରେ ଦର୍ଶନ ପରେ ଅମ୍ବାନୀ ଵିକେଟିସିକୁ ୫ କୋଟି ଟଙ୍କା ଦାନ କରିଛନ୍ତି। ତେବେ ମୁକେଶ ଅମ୍ବାନୀ ଓ ପରିବାରଙ୍କ ଦର୍ଶନକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା |

Related posts

କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟିଲା ମୋଦୀଙ୍କ ଫଟୋ

mahabharatanews

ଆପ ନେତା ଆତିଶୀଙ୍କ ଘରେ କ୍ରାଇମବ୍ରାଞ୍ଚ୍ 

mahabharatanews

ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews