ଭାରତ

ରାଜଧାନୀ ଏକ୍ସପ୍ରେସରେ ଗୁଳିକାଣ୍ତ

(କୋଲକତା) : କୋଲକାତାରୁ ଦିଲ୍ଲୀ ଆସୁଥିବା ସିଲଦା-ରାଜଧାନୀ ଏକ୍ସପ୍ରେସ ଭିତରେ ଗୁଳିକାଣ୍ତ । ଟ୍ରେନ ଭିତରେ ଗୁଳିମାଡ଼ ପରେ ଭୟଭୀତ ହୋଇପଡିଛନ୍ତି ଯାତ୍ରୀ । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ପଚାରଉଚରା କରୁଛି ପୋଲିସ ।

ସୂଚନାନୁଯାୟୀ , ଟ୍ରେନଟି ଝାଡ଼ଖଣ୍ତ ରାଜଧାନୀ ରାଞ୍ଚିରେ ଦେଇ ଯାଉଥିବା ବେଳେ ହଠାତ୍ ଗୁଳି ଶଦ୍ଦ ହୋଇଲା । ଯାହାପରେ ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡିଥିଲେ । ସୂଚନା ପାଇଁ ତୁରନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ଏବଂ ଅଭିଯୁକ୍ତ ବ୍ୟକ୍ତିଙ୍କର ରକ୍ତ ନମୁନା ପାଇଁ ପଠାଯାଇଛି ।ତେବେ ପୂର୍ବରୁ ମଧ୍ୟ ଟ୍ରେନ ମଧ୍ୟରେ ଏପରି ଘଟଣା ଘଟିଛି ।

Related posts

ଥମୁନି ମଣିପୁର ହିଂସା : ୨୯ଟି ଅଟୋମେଟିକ୍ ଅସ୍ତ୍ର ଜବତ

mahabharatanews

ଫାଇଟର୍‌ ପ୍ଲେନରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି 

mahabharatanews

୨୦ରେ ରିଲିଜ ହେବ ଫିଲ୍ମ ‘ସାବାସ୍‌ ମିଠୁ’ର ଟ୍ରେଲର୍‌

mahabharatanews