Uncategorized

ବିନା ଭକ୍ତରେ କାମାକ୍ଷା ଦେବୀଙ୍କ ଅମ୍ବୁବାଚି ମେଳା ଆରମ୍ଭ

ଗ୍ୱାହାଟୀ: ଆସାମର ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ ଆଜି ବିନା ଭକ୍ତରେ ପାଳିତ ହୋଇଛି ଅମ୍ବୁବାଚୀ ମେଳା । ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ଜୁନ ୨୫ ପର୍ଯ୍ୟନ୍ତ ଚାଲିବ । ତେବେ କୋଭିଡ-୧୯ ମହାମରୀକୁ ଦୃଷ୍ଟିରେ ରଖି ବିନା ଭକ୍ତରେ କେବଳ ରୀତିନୀତିକୁ ନେଇ ଏହି ମେଳା ପାଳିତ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ସାଧୁ ସନ୍ଥ ଓ ଭକ୍ତଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଛି । ମନ୍ଦିର ପ୍ରଶାସନ ଅନୁଯାୟୀ, ମନ୍ଦିରର ଦ୍ୱାରା ଭକ୍ତଙ୍କ ପାଇଁ ମାର୍ଚ୍ଚ ୨୦ରୁ ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ।
ଏହି ପର୍ବ ସମ୍ପର୍କରେ ମନ୍ଦିରର ପ୍ରମୁଖ ବ୍ରାହ୍ମଣ ମୋହିତ ଚନ୍ଦ୍ର ଶର୍ମା କହିଛନ୍ତି, ଆଜି ସକାଳ ୭.୫୩ରୁ ମନ୍ଦିରର ଦ୍ୱାର ବନ୍ଦ ଥିବା ସତ୍ତେ୍ୱ ଅମ୍ବୁଚି ମେଳା ଆରମ୍ଭ ହୋଇଛି । ଚଳିତ ବର୍ଷ କୋଭିଡ-୧୯କୁ ନେଇ ଏକ ଅପ୍ରାକୃତିକ ସ୍ଥିତି ଦେଖିବାକୁ ମିଳିଛି, ଯାହା ଜୀବ ଦଶା ମଧ୍ୟରେ କେବେ ଦେଖାଯାଇନଥିଲା । ଏହି ପର୍ବଟି ମନ୍ଦିରର ବାର୍ଷିକ ପର୍ବ ହୋଇଥିବାରୁ ପ୍ରତିବର୍ଷ ୨୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାବେଶ ହୋଇଥାଏ ।

Related posts

୩ ସପ୍ତାହ ଘୁଞ୍ଚିଲା ସାବରୀମାଳା ଶୁଣାଣି

mahabharatanews

ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲୁଏଚଓ

mahabharatanews

ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ

mahabharatanews