ନୂଅ।ଦିଲ୍ଲୀ: ଆମେରିକାର ଭାରତୀୟରେ ଅବସ୍ଥାପିତ ରାଜଦୂତ କେନେଥ ଆଇ ଜଷ୍ଟର ଆଜି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଶ୍ରୁତି ମୁତାବକ ପ୍ରଥମ କିନ୍ତିର ୧୦୦ ଭେଣ୍ଟିଲେଟର ନୂଆଦିଲ୍ଲୀ ସ୍ଥିତି ଭାରତୀୟ ରେଡକ୍ରସ ମୁଖ୍ୟାଳୟରେ ପ୍ରଦାନ କରିଛନ୍ତି । ଏହାକୁ ଏହାକୁ ୟୁନାଇଟେଡ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନାସନାଲ ହେବେଲପମେଣ୍ଟ (ୟୁଏସଏଆଇଡି ପକ୍ଷରୁ ଯୋଗା ଯାଇଛି । କୋଭିଡ-୧୯ ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ଭେଣ୍ଟିଲେଟର ଯୋଗାଇ ଦେବାକୁ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମ ପର୍ଯ୍ୟାୟର ଭେଣ୍ଟିଲେଟର ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲା ।
ଏହି ଭେଣ୍ଟିଲେଟର ଉଚ୍ଚ ଜ୍ଞାନକୌଶଳରେ ସମ୍ପନ୍ନ । ଏହାକୁ ୟୁଏସସ୍ଥିତ ଜୋଲ କମ୍ପାନୀ ପକ୍ଷରୁ ତିଆରି କରାଯାଇଛି । ଏସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆମେରିକା ପକ୍ଷରୁ ୧୦୦ଟି ଭେଣ୍ଟିଲେଟର ଦାନ କରାଯାଇଛି । ଆଗକୁ ଏହା ଏୟାର ଇଣ୍ଡିଆ ବିମାନରେ ଅଣାଯିବ । ଏହି ଭେଣ୍ଟିଲେଟର ର ପରିଚାଳନା ଦ।।ୟିତ୍ୱ ରେଡ କ୍ରସ ସୋସାଇଟିକୁ ଦିଆଯାଇଛି । ଥରେ ଏହି ଭେଣ୍ଟିଲେଟର ଭାରତରେ ପହଞ୍ଚିବା ପରେ ଆଇଆରସିଏସ ପକ୍ଷରୁ ଏକ ଛୋଟ ଶୁଭାରମ୍ଭ କାର୍ଯ୍ୟକ୍ରମ କରାଯିବ । କରୋନାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ପାଇଁ ଏହି ଭେଣ୍ଟିଲେଟର ଅତ୍ୟନ୍ତ ଜରୁରୀ ।
previous post
