Uncategorized

ସ୍ବାଧୀନତା ଦିବସରେ ଖାଲିସ୍ତାନୀ ସମର୍ଥକ ଲାଲକିଲ୍ଲାରେ ପ୍ରବେଶ କରିପାରନ୍ତି

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପରେ ରାଜଧାନୀ ଦିଲ୍ଲୀ ସହ ଦେଶର ସମସ୍ତ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି ହୋଇଛି । ଗୁଇନ୍ଦା ରିପୋର୍ଟ ଦେଇଛି କି ସ୍ୱାଧୀନତା ଦିବସରେ ଅସାମାଜିକ ବ୍ୟକ୍ତି ଏବଂ ଖଲିସ୍ତାନୀ ସମର୍ଥକ ଦିଲ୍ଲୀ ପୋଲିସ ବେଶରେ ଲାଲ କିଲ୍ଲାରେ ପ୍ରବେଶ କରିପାରନ୍ତି । ଏହା ସହ ଦିଲ୍ଲୀରେ ଥିବା ଧାର୍ମିକ ସ୍ଥଳରେ ଆକ୍ରମଣ ଭଳି ସ୍ଥିତି ଉପୁଜିପାରେ ।
ଦିଲ୍ଲୀ ପୋଲିସ ପ୍ରବକ୍ତା ଚିନ୍ମୟ ବିଶ୍ବାଳ କହିଛନ୍ତି, ସ୍ବାଧୀନତା ଦିବସକୁ ନଜରରେ ଗତବର୍ଷ ଭଳି ଚଳିତ ବର୍ଷ ଲାଲ କିଲ୍ଲା ଅଞ୍ଚଳରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦେଶବିରୋଧୀ କାର୍ୟ୍ୟ ଏବଂ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସ୍ବାଧୀନତା ଦିବସ ପୂର୍ବରୁ ଲାଲ କିଲ୍ଲା ମୁଖ୍ୟ ଦ୍ବାରରେ ଦିଲ୍ଲୀ ପୋଲିସ ଏକ ବିଶାଳ କାନ୍ଥ ଛିଡ଼ା କରିଛି। ଏମିତି ପ୍ରଥମ ଥର ହୋଇଛି ଯେ, ପୋଲିସ ମୁଖ୍ୟ ଫାଟକ ସାମ୍ନାରେ ବଡ଼ କାନ୍ଥ ରଖିଛି। ଫଳରେ, କୌଣସି ଲାଲ କିଲ୍ଲା ପରିସରକୁ ଦେଖିପାରିବ ନାହିଁ।
ଚଳିତବର୍ଷ ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସରେ ଶହ ଶହ ଆନ୍ଦୋଳନରତ ଚାଷୀ ଲାଲକିଲ୍ଲା ଭିତରକୁ ଧସେଇ ପଶିଥିଲେ। ଯେଉଁଠି ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ପତାକା ଲଗାନ୍ତି ସେଠାରେ ସେମାନେ ଧାର୍ମିକ ପତାକା ମଧ୍ୟ ଲଗାଇଦେଇଥିଲେ। କୃଷକଙ୍କ ଟ୍ରାକ୍ଟର ପରେଡ୍ ସମୟରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ୩୯୪ ପୋଲିସ କର୍ମଚାରୀ ଆହତ ହୋଇଥିଲେ ଏବଂ ୩୦ ପୋଲିସ ଭ୍ୟାନ କ୍ଷତିଗ୍ରସ୍ତ ହୋଇଥିଲା ।

 

Related posts

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୮,୧୮,୫୭୦

mahabharatanews

ଲଦାଖ ସୀମାରେ ଉତ୍ତେଜନା: ଉଭୟ ସେନା ମୁହଁମୁହିଁ ଛିଠାହୋଇଛନ୍ତି

mahabharatanews

ଲକଡାଉନ: ୧୧ରେ ଚୂଡାନ୍ତ ନିଷ୍ପତ୍ତି

mahabharatanews