Accident

ହେଲିକପ୍ଟର କ୍ରାଶ୍‌,ପାଇଲଟଙ୍କ ସମେତ ୫ ମୃତ

କାଠମାଣ୍ଡୁ: ନେପାଳର ନୁଆକୋଟରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏୟାର ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳ ପୋଲିସ ଏ ବାବଦରେ ଏକ ବିବୃତ୍ତି ଜାରି କରିଛି। କାଠମାଣ୍ଡୁରୁ ରାସୁୱା ଅଭିମୁଖେ ଯାତ୍ରା କରୁଥିବା ଏୟାର ଡାଇନେଷ୍ଟିର ୯ଏନ-ଏଜେଡି ହେଲିକପ୍ଟର ନୁଆକୋଟର ଶିବପୁରୀ ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଥିଲା ।

ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହେଲିକପ୍ଟରଟି ଅପରାହ୍ନ ୧ଟା ୫୪ ମିନିଟରେ ଉଡ଼ାଣ ଆରମ୍ଭ କରିଥିଲା। ଏହାର ୩ ମିନିଟ ପରେ ହେଲିକପ୍ଟର ସହିତ ଯୋଗାଯୋଗ ଚ୍ଛିନ୍ନ ହୋଇଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଖସିପଡ଼ିଥିବା ଅନୁମାନ କରାଯାଉଛି। ମୃତକଙ୍କ ମଧ୍ୟରୁ ୨ ଜଣ ପୁରୁଷ, ଜଣେ ମହିଳା ଏବଂ ପାଇଲଟ୍ଙ୍କୁ ଚିହ୍ନଟ କରାଯାଇଛି। ଆଉ ଏକ ମୃତଦେହ ଜଳିଯାଇଥିବାରୁ ତାହାକୁ ଚିହ୍ନଟ କରାଯାଇପାରି ନାହିଁ।

ନିକଟରେ ଜୁଲାଇ ୨୪ରେ ନେପାଳର ତ୍ରିବୁଭାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। କିଛି ଦିନ ପରେ ପୁଣି ଏକ ହେଲିକପ୍ଟର ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

Related posts

ପଲ୍ୟୁସନ୍ ସାର୍ଟିଫିକେଟ୍ ଓ ପ୍ରମାଣପତ୍ର ନେଇ ଉପୁଜିଥିବା ଅସନ୍ତୋଷ ମଧ୍ୟରେ ସରକାରଙ୍କ ବଡ ଘୋଷଣା

mahabharatanews

ଲୋଡ଼ ସମୟରେ ଖସିପଡ଼ିଲା ଆଇରନ ଗ୍ରାଫ୍, ଡ୍ରାଇଭର ମୃତ…

mahabharatanews

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

mahabharatanews