ଭାରତ

ଜି-୨୦ ଶିଖର ସମ୍ମିଳନୀ ସମୟରେ ଡ୍ରୋନ୍‌ ଠାବ 

(ଦିଲ୍ଲୀ) :  ଜି-୨୦ ଶିଖର ସମ୍ମିଳନୀ ପାଇଁ ବିଶ୍ୱନେତାମାନେ ରାଜଧାନୀ ଦିଲ୍ଲୀରେ ଡେରା ପକାଇଥିବା ବେଳେ କେନ୍ଦ୍ରୀୟ ଦିଲ୍ଲୀ ଉପରେ ଡ୍ରୋନ୍‌କୁ ଠାବ କରିଛନ୍ତି ପୁଲିସ୍‌ ବାହିନୀ। ଶୁକ୍ରବାର ସନ୍ଧ୍ୟାରେ ଏହି ନାଟକ ଦେଖିବାକୁ ମିଳିଥିଲା, ଯେତେବେଳେ ଶିଖର ସମ୍ମିଳନୀ ପୂର୍ବରୁ ସହରରେ ଭର୍ଚୁଆଲ୍‌ ଲକ୍‌ଡାଉନ୍‌ ହୋଇଥିଲା। କେନ୍ଦ୍ରୀୟ ଦିଲ୍ଲୀର ପଟେଲ ନଗର ଅଞ୍ଚଳରେ ଏକ ଡ୍ରୋନ୍‌ ଉଡ଼ାଯାଉଥିବା ନେଇ କଣ୍ଟ୍ରୋଲ ରୁମ୍‌ ଜାଣିବାକୁ ପାଇଥିଲା।

 

ଏହା ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ଏକ ଟିମ୍‌ ପହଞ୍ଚିଥିଲା । ଘଟଣା ସଂପର୍କରେ ଜାଣିବା ପରେ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ଜଣେ ଫଟୋଗ୍ରାଫର ଜନ୍ମଦିନ ପାର୍ଟିକୁ ଭଲ ଭାବରେ କଏଦ କରିବା ପାଇଁ ଏହି ଡ୍ରୋନ୍‌କୁ ବ୍ୟବହାର କରୁଥିଲେ।

Related posts

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକ୍ଷୋଭ

mahabharatanews

ଗୁଜୁରାଟରେ ପୁଣି ଥରେ ଭୂକମ୍ପ

mahabharatanews

ମଣ୍ଡିରୁ କଙ୍ଗନା, ମିରଟରୁ ଗୋଭିଲ

mahabharatanews