Uncategorized

ୱାଇ. ବି ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ ଡିଜିପି !

କେନ୍ଦ୍ରରୁ ଫେରିଲେ ଆଇପିଏସ୍ ୱାଇ.ବି ଖୁରାନିଆ । ବିଏସଏଫ୍ ସ୍ପେଶାଲ୍ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରିଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଅନୁମୋଦନ ମିଳିଛି । ୱାଇ.ବି ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ପରବର୍ତ୍ତୀ ଡିଜିପି ହେବା ନେଇ ଚର୍ଚ୍ଚା ବଢ଼ିଛି । ଏବେ ରାଜ୍ୟରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ କୁମାର ଷଡ଼ଙ୍ଗୀ ଅସ୍ଥାୟୀ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।

ୱାଇ.ବି ଖୁରାନିଆ ଗତ ୨୦୨୧ ମସିହାରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ସେ ଭୁବନେଶ୍ୱର-କଟକ କମିଶନରେଟ ପୁଲିସର କମିଶନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଏସପି ଭାବେ କାର୍ଯ୍ୟ କରିଛନ୍ତି । କେବଳ ଏତିକି ନୁହେଁ ସେ ଉତ୍ତରାଂଚଳ ଓ ଦକ୍ଷିଣାଂଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ ।

ସୂଚନାଯୋଗ୍ୟ, ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ହେଉଛନ୍ତି ୱାଇ.ବି ଖୁରାନିଆ। କେନ୍ଦ୍ରୀୟ ଡେପୁଟେସନରୁ ସେ ଶୁକ୍ରବାର ଓଡ଼ିଶା ଫେରିଛନ୍ତି।

Related posts

ଏତିକି ସମ୍ପତ୍ତିର ମାଲିକ ବୁଲା କୁକୁର

mahabharatanews

କରୋନା କବଜାରେ ସିଆରପିଏଫର ୬୮ ଯବାନ

mahabharatanews

ପରଲୋକରେ ଅଭିନେତା ରାଜୀବ କପୁରଙ୍କ

mahabharatanews