ଭାରତ

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟକୁ କ୍ଷେପଣାସ୍ତ୍ର ମାଡ଼

(ଇସ୍ରାଏଲ) : ଇରାନର ସେନା ରିଭଲ୍ୟୁସନାରୀ ଗାର୍ଡସ କହିଛି ଯେ ସେମାନେ ଇରାକର ଅର୍ଦ୍ଧ-ସ୍ୱୟଂଶାସିତ କୁର୍ଦିସ୍ତାନ ଅଞ୍ଚଳରେ ଥିବା ଇସ୍ରାଏଲର ମୋସାଦ ଗୁପ୍ତଚର ମୁଖ୍ୟାଳୟ ଉପରେ ଆକ୍ରମଣ କରିଛନ୍ତି। ଆଜି ବିଳମ୍ବିତ ରାତିରେ ଏହି ଅଞ୍ଚଳରେ ଗୁପ୍ତଚର କେନ୍ଦ୍ର ଏବଂ ଇରାନ ବିରୋଧୀ ଆତଙ୍କବାଦୀ ସଙ୍ଗଠନର ସମାବେଶକୁ ଧ୍ୱଂସ କରିବା ପାଇଁ ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା ବୋଲି ଗାର୍ଡସ ଏକ ବିବୃତିରେ କହିଛି।

ସୂଚନାନୁଯାୟୀ , ଅକ୍ଟୋବର ୭ତାରିଖରୁ ଇସ୍ରାଏଲ ଓ ପାଲେଷ୍ଟାଇନ୍ ଇସଲାମିକ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଇରାନର ସହଯୋଗୀମାନେ ମଧ୍ୟ ଲେବାନନ୍, ସିରିଆ, ଇରାକ୍ ଓ ୟେମେନରୁ ଯୁଦ୍ଧ ମଇଦାନକୁ ଓହ୍ଲାଇଛନ୍ତି। ଇସ୍ରାଏଲ ସହ ଯୁଦ୍ଧରେ ହମାସକୁ ସମର୍ଥନ କରୁଥିବା ଇରାନ ଗାଜାରେ ଇସ୍ରାଏଲର ଅପରାଧକୁ ଆମେରିକା ସମର୍ଥନ କରୁଛି ବୋଲି କହିଛି। ଗତରାତିରେ ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଆହତ ହୋଇଛନ୍ତି।

Related posts

ଦିଲ୍ଲୀରେ ବାଣ ଫୁଟାଇବା ନିଷିଦ୍ଧ

mahabharatanews

ସେନା ଗୁଳିରେ ଟଳିଲେ ୪ ଆତଙ୍କବାଦୀ

mahabharatanews

ମୁଖ୍ୟମନ୍ତ୍ରୀ ହେବା ପାଇଁ ଆବଶ୍ୟକ ୫୦୦ କୋଟି : ନବଜୋତ କୌର ସିଦ୍ଧୁ

mahabharatanews