ଓଡିଶା

ରାମିଆଳ ନଦୀରେ ଭାସିଗଲେ ବୃଦ୍ଧା ମହିଳା

ଭୁବନ: ଶୌଚ ହେବା ସମୟରେ ବଢି ପାଣିରେ ଭାସିଗଲେ ଜଣେ ବୃଦ୍ଧା । ରାମିଆଳ ନଦୀରେ ଶୌଚ କରିବା ମହଙ୍ଗା ପଡିଛି ବିଧବା ବୃଦ୍ଧା ବାଲି ତରେଇଙ୍କୁ । ଡେଙ୍କାନାଳ ଜିଲ୍ଳା ଭୁବନ ବ୍ଲକ ଅନ୍ତର୍ଗତ ଓଡଣା ବନ୍ଧ ତଳେ ଶୌଚ ହେବା ସମୟରେ ସେ ନଦୀରେ ଭାସି ଯାଇଥିଲେ । ୫ କିଲୋମିଟର ପର୍ଯ୍ୟନ୍ତ ଭାସି ଭାସି ଯିବା ପରେ ତାଙ୍କୁ ମାର୍ଥାପୁର ରାମିଆଳ ପୋଲ ନିକଟରୁ ଉଦ୍ଧାର କରାଯାଇଛି । ଜିତେନ ଜୟ ରାଉତ କିଛି ସ୍ଥାନୀୟ ଳୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି । ଏହାପରେ ବୃଦ୍ଧା ମହିଳାଙ୍କୁ ଯମୁନାକୋଟ ସରପଞ୍ଚ ଝୁଲଣା ରାଉତ ଏବଂ ପୁଅ ବାଇକ ଯୋଗେ ବୃଦ୍ଧାଙ୍କୁ ସ୍ଥାନୀୟ ମାର୍ଥାପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଛନ୍ତି । ଲୋଭୀ ଏବଂ ସ୍ୱାର୍ଥପର ଏହି ଦୁନିଆରେ ଏବେ ବି ମଣିଷତ୍ୱ ବଞ୍ଚିଛି ବୋଲି ଗ୍ରାମବାସୀମାନେ ପ୍ରମାଣ କରିଛନ୍ତି ।

Related posts

୨୪ରୁ ପୁଣି ମେଘୁଆ ପାଗ 

mahabharatanews

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

mahabharatanews

ଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧି

mahabharatanews