ଓଡିଶା

ଅଜଣା ଗାଡି ଧକ୍କାରେ ଯୁବକ ମୃତ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ଅନ୍ତର୍ଗତ ଶଂଖଭଙ୍ଗା ଛକ ନିକଟରେ ଶନିବାର ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କାଲା ମାରଣ୍ଡି ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଶନିବାର ଯୁବକ ଜଣକ ତାଙ୍କ ସମ୍ପର୍କିୟଙ୍କ ଘରକୁ ଯାଇଥିଲେ । ସେଠାରୁ ରାତିରେ ବାଇକ ଧରି ଘରକୁ ଫେରିବା ବେଳେ ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related posts

ଉଦୟପୁର ହତ୍ୟା ଘଟଣାରେ ୩ ଦିନିଆ ବୈଠକର ଆୟୋଜନ କଲା ଆର୍‌ଏସ୍‌ଏସ୍‌

mahabharatanews

ଆସନ୍ତାକାଲି ଓଡିଶା ଆସିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

mahabharatanews

ହାଇକୋର୍ଟରେ ପଡିରହିଛି ୧ ଲକ୍ଷ ୭୨ ହଜାର ୬୭୪ ମାମଲା

mahabharatanews