ଓଡିଶା

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମହିଳା ଓ ଶିଶୁ ମାନଙ୍କ ରକ୍ତହୀନତା ଏକ ଗୁରୁତର ସମସ୍ୟା

ମୟୂରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମହିଳା ଓ ଶିଶୁ ମାନଙ୍କ ରକ୍ତହୀନତା ଏକ ଗୁରୁତର ସମସ୍ୟା ଭାବେ ଦେଖାଦେଇଛି। ମୟୂରଭଞ୍ଜ ଜିଲ୍ଲା ରେ ପ୍ରାୟ ୬୪ ହଜାର ଶିଶୁ ରକ୍ତହୀନତା ର ଶିକାର ହୋଇଥିବା ବେଳେ ୬୪ ପ୍ରତିଶତ ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ ରକ୍ତହୀନତା ଦେଖାଦେଇଛି ବୋଲି ସରକାରୀ ରିପୋର୍ଟ ଅନୁଯାୟୀ ଜଣାପଡ଼ିଛି। ସେଥିପାଇଁ ଜିଲ୍ଲା ର ସ୍ୱାସ୍ଥ୍ୟସେବା ରେ ସୂଧାର ଆଣିବାକୁ ମୟୂରଭଞ୍ଜ ଜିଲ୍ଲାକୁ ରକ୍ତହୀନତା ମୁକ୍ତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ସହିତ ହାତ ମିଳାଇ ଆଗେଇ ଆସିଛନ୍ତି ବାରିପଦା ର ସର୍ବ ପୁରାତନ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସାୟୀ ଖେମଜୀ ଗୃପର ପ୍ରତିଷ୍ଠାତା । କମ୍ପାନୀ ଲାଭାଂଶ ଅର୍ଥାତ୍ ସିଏସ୍ଆର ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ଆଗଭର ହୋଇ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଏହି କାର୍ଯ୍ୟକ୍ରମକୁ ଆଜି ବାରିପଦା ର ଶହୀଦ ସ୍ମୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭାରମ୍ଭ କରିଥିଲେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଦୁଇଟି ସଚେତନତା ରଥ ମଧ୍ୟ ଶୁଭାରମ୍ଭ କରିଥିଲେ। ଏହି ରଥ ସମଗ୍ର ଜିଲ୍ଲାରେ ୨୬ ଟି ଵ୍ଲକ ଓ ଜିଲ୍ଲାରେ ଥିବା ସମସ୍ତ ସହରାଞ୍ଚଳରେ ଜନସାଧାରଣ ଙ୍କ ନିକଟରେ ଜନସଚେତନତା ସୃଷ୍ଟି କରିବ। ସମସ୍ତଙ୍କ ସହଯୋଗରେ ମୟୂରଭଞ୍ଜ ଜିଲ୍ଲାରେ ରକ୍ତହୀନତା ର ଶିକାର ହୋଇଥିବା ମହିଳା ଓ ଶିଶୁ ମାନଙ୍କୁ ରକ୍ଷା କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶା କରାଯାଉଛି।

Related posts

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

mahabharatanews

ସୁନା ରୂପା ଦରରେ ଲାଗୁନି ବ୍ରେକ୍

mahabharatanews

ନବ କୁଣ୍ଡିୟ ବିରଜା ମହାଯଜ୍ଞ ପାଇଁ ପ୍ରସ୍ତୁତି ନେଇ ସାମ୍ୱାଦିକ ସମ୍ମିଳନୀ

mahabharatanews