(ମୁମ୍ବାଇ) : ବଡ ପରଦାରେ ନଜର ଆସିବେ ‘ବିଗ୍ ବସ୍-୧୭’ରେ ବହୁ ଲୋକପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ । ‘ପବିତ୍ର ରିସ୍ତା’ ଧାରାବାହିକରେ ଲୋକଙ୍କ ମନ ଜିଣିଥିବା ଅଙ୍କିତା ଏବେ ‘ସ୍ବତନ୍ତ୍ର ବୀର ସାବରକର’ ସିନେମାରେ ସାବରକରଙ୍କ ପତ୍ନୀ ଯମୁନା ବାଈଙ୍କ ଭୂମିକା ନିଭାଇବେ।
ସୂଚନାନୁଯାୟୀ , ନିକଟରେ ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଅଧିକ ଚଳଚ୍ଚିତ୍ର ଅପେକ୍ଷା ଭଲ ଚଳଚ୍ଚିତ୍ରରେ କାମ କରିବାକୁ ବେଶି ଇଛୁକ । ‘‘ମୁଁ ବହୁତ ସିନେମାର ଅଂଶ ହେବାକୁ ଚାହେଁନି, ଭଲ ସିନେମାରେ ନଜର ଆସିବା ମୋର ଲକ୍ଷ୍ୟ। ଭିନ୍ନ ଭିନ୍ନ ଚରିତ୍ର କରିବା ପ୍ରତି ମୋର ରୁଚି ରହିଛି। ସେପରି ଚରିତ୍ର କରିବା ଦ୍ବାରା ମୋ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଏ।’’