ଓଡିଶା

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଉପାନ୍ତ ତିରିଂ ବ୍ଲକ ଅଧିନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବଡଭୁଣ୍ଡୁରେ ମହାସମାରୋହରେ ପାଳିତ ହୋଇଯାଇଛି ବିଦ୍ୟାଳୟର ବାର୍ଷିକ ଉତ୍ସବ | ଏହା ବିଦ୍ୟାଳୟର ଇତିହାସରେ ଏକ ନୂତନ ପୃଷ୍ଠା ଯୋଡି ହୋଇଛି  କାରଣ ଏହା ବିଦ୍ୟାଳୟର ଏହା ପ୍ରଥମ ବାର୍ଷିକ ଉତ୍ସବ | ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଆନନ୍ଦ ଚରଣ ବସାଙ୍କ ଦୃଢ କର୍ତ୍ତବ୍ୟନିଷ୍ଠା ଓ ଅଦମ୍ୟପ୍ରୟାସ ତଥା ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ପ୍ରଭାସ ପାତ୍ର, ଅର୍ଜୁନ ହାଁସଦାଃ, ଦିବି କିସ୍କୁ, ସତ୍ୟ ରଞ୍ଜନ ସେଠୀ, କାର୍ମି ସୋରେନ, ଜଗବନ୍ଧୁ ନାୟକ, ଲିପିକା ମଲ୍ଲିକ, ହଳଧର ଶିଅଳ, ଅମୀୟ ସାହୁ, ମାନସ ମହାରଣା, କାର୍ତ୍ତିକ ମଲ୍ଲିକ, ପ୍ରଭାସିନୀ ନାଏକଙ୍କ ସହଯୋଗ ବଳରେ ବାର୍ଷିକ ଉତ୍ସବର ସଫଳ ରୂପାୟନ ହୋଇଥିଲା | ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଆଖପାଖର ସଂଖ୍ୟାଧିକ ପୁରୁଷମହିଳା  , ଅଭିଭାବକ ଉତ୍ସବକୁ ଭରପୁର ଉପଭୋଗ କରିଥିଲେ |  ଅତିଥି ଭାବେ ଯୋଗ ଦେଇଥିଲେ ତିରିଂ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ପରମେଶ୍ବର ସାମାଡ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଜ୍ଞେଶ୍ବର ଜେନା, ଏବିଡିଓ  ମକ୍ର ମୁର୍ମୁ, ସମାଜସେବୀ ତଥା ତିରିଂ ପିଢ ପାର୍ଗାନା ଛୋଟରାୟ ମାଝୀ, ରାଜମାଲ ହାଁସଦାଃ, ଛାକୁ ସାମାଡ, ବିଦ୍ୟାଳୟ ସଭାପତି ଶିବନାଥ ମାଝୀ, ଲକ୍ଷ୍ମଣ ବେସ୍ରା, ସୁବାଷ ବେହେରା, ଏବିଡିଓ ହେମନ୍ତ ମହାନ୍ତି, ସମସ୍ତ ସି ଆର ସି ସି ଏବଂ  ନିକଟସ୍ଥ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀଗଣ | ଅତିଥିମାନେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରଙ୍କୁ ମାନପତ୍ର ଓ ଟ୍ରଫି ଦେଇ  ସମ୍ମାନିତ କରିବା ସହ ଉତ୍ସାହିତ କରିଥିଲେ | ସମୁଦାୟ ୧୨୫ ଜଣ ପିଲାଙ୍କୁ ବିଭିନ୍ନ ବିଭାଗରେ  ସମ୍ମାନିତ କରାଯାଇଥିଲା | ଶ୍ରେଷ୍ଠ ଛାତ୍ର ଭାବେ ଦଶମ ଶ୍ରେଣୀ ର ଛାତ୍ର ଦୀପକ ବେହେରା ଙ୍କୁ ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା | ଲୋକପ୍ରିୟ ଶିକ୍ଷକ ତଥା ଉଦଘୋଷକ ପ୍ରଭାସ ପାତ୍ର ଆକର୍ଷଣୀୟ ଢଙ୍ଗରେ ମଞ୍ଚ ପରିଚାଳନା କରି ସମସ୍ତଙ୍କୁ ଆମୋଦିତ କରିଥିଲେ | ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା |

Related posts

୨୯ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ

mahabharatanews

ସୋମବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

 ଥମୁନି ଡାଇରିଆ ମୃତ୍ୟୁ ସଂଖ୍ୟା

mahabharatanews