ଓଡିଶା

ନାବାଳିକା ଗଣଦୁଷ୍କର୍ମ ମାମଲା: କୋର୍ଟରେ ହାଜର ହେଲେ ପୁଲିସ୍‌ ମହାନିର୍ଦ୍ଦେଶକ

ଭୁବନେଶ୍ୱର: ଇନଫୋସିଟ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ହାଜର ହେଲେ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟଙ୍କ ସମ୍ମୁଖରେ ହାଜର ହୋଇ ମୁଦା ଲଫାପାରେ ତଦନ୍ତ ଷ୍ଟାସନ ରିପୋର୍ଟ ଦାଖଲ କରିଛନ୍ତି । ଅ।।ଜି ମଧ୍ୟ ପୁଲିସ ତଦନ୍ତକୁ ନେଇ କୋର୍ଟ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୬ ତାରିଖରେ ହେବ । ଗତ ସେପ୍ଟେମ୍ବର ୩୦ ତାରିଖରେ ଏହି ମାମଲାର ଶୁଣାଣି କାଳରେ ହାଇକୋର୍ଟ ପୁଲିସର ଶିଥିଳ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ତଦନ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଓଟିଭିରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ତାଙ୍କ ନାବାଳିକା କନ୍ୟାକୁ ୭ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଲକଡାଉନର ପ୍ରାରମ୍ଭିକ ଅବସ୍ଥାରେ ଅର୍ଥାତ୍ ମାର୍ଚ୍ଚ ଶେଷରୁ ଏପ୍ରିଲ ମଧ୍ୟଭାଗ ମଧ୍ୟରେ ତାଙ୍କ ନାବାଳିକା ଝିଅକୁ ଓଟିଭିର ୪ କର୍ମଚାରୀଙ୍କ ସହ ଜଣେ ପୁଲିସ କର୍ମଚାରୀ ଓ ତାଙ୍କ ଦୁଇ ବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ।

 

Related posts

ଭଲିବଲ ଖେଳକୁ ନେଇ ଦୁଇ ଛାତ୍ରାବାସର ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା

mahabharatanews

ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଲାଗିବ ଏୟାର ପ୍ୟୁରିଫାୟର୍

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews