ଓଡିଶା

ଗୋପବନ୍ଧୁନଗର ପ୍ରେସ କ୍ଳବର ବାର୍ଷିକ ଉତ୍ସବ  

ଗୋପବନ୍ଧୁନଗର ବ୍ଲକ ପ୍ରେସ କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। କୁଆମରା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁନଗର ବ୍ଲକ ବିଡ଼ିଓ ପୃଥ୍ୱୀରାଜ ପରିଡା, ଅବସରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ନାୟକ, ଖୁଣ୍ଟା ଆଇଆଇସି ପଞ୍ଚାନନ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ୨୦୧୮ ମସିହାରୁ ଆରମ୍ଭ ହୋଇ ବିଭିନ୍ନ ସମୟରେ ଦୁସ୍ଥ, ଗରିବ ମାନଙ୍କ ସ୍ୱର ସାଜିଥିବା ଏହି ପ୍ରେସ କ୍ଳବ ର ବିଭିନ୍ନ ସାମାଜିକ କାର୍ଯ୍ୟକୁ ଭୁୟସୀ ପ୍ରସଂଶା କରିଥିଲେ।

ଏହା ସହିତ ଉପସ୍ଥିତ ବକ୍ତାମାନେ ଆଜିର ସମାଜରେ ସାମ୍ବାଦିକମାନଙ୍କ ପାଇଁ ଥିବା ଚ୍ୟାଲେଞ୍ଜ ଉପରେ କହିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଏବଂ ନିଜର ନିଆରା ଶୈଳୀ ଓ ବଳିଷ୍ଠ କାର୍ଯ୍ୟ ପାଇଁ କିଛି ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।

Related posts

ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା

mahabharatanews

ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ‘ହାମୁନ୍’

mahabharatanews

ଆଚାର୍ୟ୍ୟ ହରିହର ଦାଶଙ୍କ ଜୟନ୍ତୀ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

mahabharatanews