ଭାରତ

ଯୋଗ ଶିବିର ପାଇଁ ସେବା ଟିକସ ଦେବେ ସ୍ବାମୀ ରାମଦେବ

(ଦିଲ୍ଲୀ) : ଯୋଗ ଗୁରୁ ସ୍ବାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି। କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ।

ସୂଚନାନୁଯାୟୀ ,ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ରାମଦେବଙ୍କ ଯୋଗ ଶିବିର ପାଇଁ ପ୍ରବେଶ ଶୁଳ୍କ ଆଦାୟ କରିଥାନ୍ତି। ଜଷ୍ଟିସ ଓକ ଏବଂ ଜଷ୍ଟିସ ଭୂୟାଁଙ୍କ ବେଞ୍ଚ ରାୟରେ କହିଛନ୍ତି ଯେ ସେବା କର ଆପିଲ ଟ୍ରିବ୍ୟୁନାଲ ଠିକ ନିଷ୍ପତ୍ତି ନେଇଛନ୍ତି। ଏକ ପ୍ରବେଶ ଶୁଳ୍କ ଚାର୍ଜ କରିବା ପରେ ଯୋଗ ଶିବିରରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ହେଉଛି ଏକ ସେବା ।

Related posts

ରାହୁଲଙ୍କୁ ମିଳିଲା ଜାମିନ

mahabharatanews

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ମୃତ-ଦୁଇ ଆହତ

mahabharatanews

ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ

mahabharatanews