ଖେଳଭାରତ

ଭାରତକୁ ଆଉ ଏକ ସଫଳତା; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ

ବ୍ୟୁରୋ : ଭାରତକୁ ଆଉ ଏକ ବଡ ସଫଳତା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୯ କେଜି ବର୍ଗ କ୍ଲିନ ଏବଂ ଜର୍କ ଇଭେଣ୍ଟରେ ଚାନୁ ଗୋଲ୍ଡ ଡିତିଛନ୍ତି । ବର୍ମିଂହାମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ।

କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମିରବାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସ ୨୦୨୦ ର ସ୍ୱର୍ଣ୍ଣ ପଦକ ବିଜେତା। ୨୭ ବର୍ଷର ଚାନୁ ମଧ୍ୟ ବର୍ମିଂହାମରେ ଅଲିମ୍ପିକ୍ ରେକର୍ଡର ପୁନରାବୃତ୍ତି କରିଛନ୍ତି। ମୋଟ ୨୦୧ କେଜି ଉଠାଇ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତା ବା କମନୱେଲ୍‌ଥ ଗେମ୍ସରେ ଭାରତର ମେଡାଲ ତାଲିକାରେ ତୃତୀୟ ମେଡାଲ ଯୋଡିଛନ୍ତି ଚାନୁ । ସେ ୮୮ କେଜି ଓଜନ ଉଠାଇ ନିଜର ପୂର୍ବ ରେକର୍ଡ ଭାଙ୍ଗିଛନ୍ତି ।

ପୂର୍ବରୁ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୭ କେଜି ଥିଲା । ଉଭୟ ସ୍ନାଚ ଓ କ୍ଲିନ ଆଣ୍ଡ ଜର୍କରେ ଚାନୁ ମୋଟ ୨୦୧ କେଜି ଓଜନ ଉଠାଇ ରେକର୍ଡ କରିବା ସହ ସ୍ବର୍ଣ୍ଣ ଜିତିଛନ୍ତି । ସୂଚନା ଥାଉକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ଜିତିଛି ଏବଂ ସମସ୍ତ ତିନୋଟି ପଦକ ଭାରୋତ୍ତୋଳନରୁ ଆସିଛି। ଜୁଲାଇ ୩୦ (ଶନିବାର) ପୁରୁଷ ୫୫ କିଲୋଗ୍ରାମ ଓଜନ ବର୍ଗରେ ସଙ୍କେତ ସରଗର ରୌପ୍ୟ ପଦକ ଜିତିଥିଲେ। ଏହା ପରେ ଗୁରୁରାଜ ପୂଜାରୀ ୬୧ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରୋତ୍ତୋଳନରେ ଏହା ହେଉଛି ଭାରତର ୧୨୮ ତମ ପଦକ।

Related posts

ଭାରତରେ ଆଜିଠୁ 5G ସେବା ଆରମ୍ଭ

mahabharatanews

 ପଞ୍ଜାବରେ ବିଷାକ୍ତ ମଦ ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି 

mahabharatanews

ଆମେରିକା ଗୁଳିକାଣ୍ଡ : ଜଣେ ଭାରତୀୟ ମହିଳା ମୃତ

mahabharatanews