ଭୁବନେଶ୍ବର: ଓଡିଶାରେ ପୁଣି ହେବ ଆଣ୍ଟିବଡ଼ି ଟେଷ୍ଟ । ଏଥିପାଇଁ ଆଇସିଏମଆର ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ ଆସନ୍ତା ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫସାଇନ୍ସସେ୍ (ଆଇଏଲଏସ୍) ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଏହି କିଟ୍ ଆରଏମଆରସିରେ ପହଞ୍ଚିବ । ତେବେ ଏ ଯାଏଁ ଓଡିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଘରକୁ ଘର ହେଉଥିବା ସର୍ଭେରେ ଆଣ୍ଟିବଡ଼ି ଟେଷ୍ଟ କିଟ୍ ବ୍ୟବହାର କରାଯିବ ବୋଲି ପରିଡା କହିଛନ୍ତି । ଆସନ୍ତାକାଲି ଓଡ଼ିଶାରେ କିଭଳି ଟେଷ୍ଟିଂ ନେଇ ଏକ ଯୋଜନା ପ୍ରସ୍ତୁତ ହେବ । ଏବେ ରାଜ୍ୟରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରେ ବହୁ କୋଭିଡ-ଯୋଦ୍ଧା ଅଛନ୍ତି । ତେଣୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ଅଜୟ ପରିଡା କହିଛନ୍ତି।
previous post
next post
