ମନୋରଞ୍ଜନ

୭୫ତମ ଜନ୍ମଦିନ ପାଳିଲେ ଡ୍ରିମ୍‌ଗାର୍ଲ 

(ମୁମ୍ବାଇ) : ଗତକାଲି ନିଜର ୭୫ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍‌ର ଡ୍ରିମ୍‌ଗାର୍ଲ ହେମାମାଳିନୀ। ବର୍ତ୍ତମାନ ଏହି ଜନ୍ମଦିନ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି।  ଯେଉଁଥିରେ ଡ୍ରିମ୍‌ଗାର୍ଲ ସ୍ୱାମୀ ଧର୍ମେନ୍ଦ୍ର, ଝିଅ ଈଶା ଓ ଆହାନାଙ୍କ ସହ କେକ୍ କାଟୁଥିବା ଦେଖିବାକୁ ମିଳିଛି। ଏହି ଶୁଭ ଅବସରରେ ହେମାଙ୍କୁ ମଞ୍ଚ ଉପରେ ନାଚିବା ଏବଂ ଗୀତ ଗାଉଥିବାର ଦେଖିବାକୁ ମିଳିଛି। ଯେଉଁ ଭିଡିଓ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଦିୱାନା ପାଲଟିଛନ୍ତି।

ସୂଚନାନୁଯାୟୀ , ଲେଡି ସୁପର୍‌ଷ୍ଟାର୍‌ ଜନ୍ମଦିନ ଅବସରରେ ରେଖା, ଈଶା ଦେଓଲ, ଜୟା ବଚ୍ଚନ, ସଲମାନ ଖାନ, ବିଦ୍ୟା ବାଲାନ, ଅନୁପମ ଖେର ଏବଂ ଜ୍ୟାକି ଶ୍ରଫଙ୍କ ସମେତ ବହୁ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ।  ଜନ୍ମଦିନ ପାର୍ଟିରେ ହେମା ଫିକା ଗୋଲାପୀ ରଙ୍ଗର ସାରି ପିନ୍ଧିଥିବା ବେଳେ ହିଲ ପିନ୍ଧିଥିବାର ନଜର ଆସିଥିଲେ ।

 

 

 

Related posts

କୋରିଓଗ୍ରାଫରଙ୍କ ପୁଅ ଆଦମ ବିଡପା ଗିରଫ

mahabharatanews

ଏହି କାମ କରୁଥିବା ବେଳେ ‘‘ବନ୍ଦ କର’’କହିଲେ ସାରା

mahabharatanews

ମୁକ୍ତି ଲାଭ ପୂର୍ବରୁ ଥଲାପତି ବିଜୟଙ୍କ ‘ଜନ ନେତା’ ଲିକ୍, 6 ଜଣ ଗିରଫ

mahabharatanews