ଓଡିଶାଦୁର୍ଘଟଣା

ଟାଣି ନେଇଥିଲା କୁମ୍ଭୀର, ମିଳିଲା ମହିଳାଙ୍କ ମୃତଦେହ

ପଟ୍ଟାମୁଣ୍ଡାଇ: ଗତକାଲି ରାତିରେ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି ।  କେନ୍ଦ୍ରାପଡ଼ା ଜିଲ୍ଲାର ଅଳପୁଆ ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଥିଲା । ଗତକାଲି ରାତିରେ ବାସନ ମାଜିବା ବେଳେ  ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଇଥିଲା  କୁମ୍ଭୀର । ନଦୀ ତୁଠରେ ମହିଳାଙ୍କ ଚପଲ ସହ ବାସନ, ବାଲ୍ଟି ପଡ଼ିଥିବାର ଦେଖିବାକୁ ମିଳିଥିଲା । ଏପଟେ ଟର୍ଚ୍ଚ ଓ ଠେଙ୍ଗା ଧରି ମହିଳାଙ୍କୁ ଖୋଜାଖୋଜି କରିଥିଲେ ଗ୍ରାମବାସୀ । ହେଲେ ମହିଳାଙ୍କ କୌଣସି ପତ୍ତା ମିଳିନଥିଲା । ଆଜି ଭୋରୁ ତାଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି ।

 

Related posts

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ 

mahabharatanews

ଗ୍ରାମାଞ୍ଚଳ ପରିବାରର ଖାଦ୍ୟ ଓ ଅଣ ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ 1742 ଓ 1767

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews