ଓଡିଶା

ଚାଷୀଙ୍କୁ ଦଳିଲା ହାତୀ

(ମହାଭାରତ/ଅନୁଗୁଳ): ଅନୁଗୁଳ ସହରରେ ହାତୀ ଆତଙ୍କ । ସହର ଉପକଣ୍ଠ ଏକ ଗାଁରେ ଦନ୍ତାହାତୀ ପଶି ଜଣକୁ ମାରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସୁଚନା ମିଳିଛି । ଘଟଣାସ୍ଥଳରେ ବନବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ଅନୁଗୁଳ ଉପକଣ୍ଠରେ ଥିବା ହରିବେରେଣୀ ଗାଁରେ ଏକ ଦନ୍ତାହାତୀ ପଶି ଜଣେ ଚାଷୀଙ୍କୁ ଦଳି ମାରିଦେଇଛି । ମୃତ ଚାଷୀଙ୍କ ନାମ ପାଣ୍ଡବ ସାହୁ ଓ ତାଙ୍କ ବୟସ ୬୫ ବର୍ଷ ହୋଇଥିବା ଜଣାପଡ଼ିଛି । ହରିବେରେଣୀ ଗାଁରେ ଉପଦ୍ରବ କରିବା ସହ ଦନ୍ତାଟି ନିକଟସ୍ଥ ମୂଷାପାପୁଲି ଗାଁକୁ ଯାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବନବିଭାଗ ଓ ପୁଲିସ ପହଞ୍ଚି ଚାଷୀଙ୍କ ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିିଛି । ତେବେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଉକ୍ତ ଗାଁର ଲୋକେ ଦାବି କରିଛନ୍ତି ।

Related posts

ପୁଣି ଅଲୋଡ଼ା ଶିଶୁକନ୍ୟା, ରାସ୍ତାକଡ଼ରୁ ନବଜାତ ଉଦ୍ଧାର

mahabharatanews

ମୁଣ୍ଡରେ ଅମୃତଭଣ୍ଡା ପଡି ଚାଲିଗଲା ଅମୂଲ୍ୟ ଜୀବନ

mahabharatanews

୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews