ଓଡିଶା

କରୋନା ମୁକାବିଲା ପାଇଁ ଦାନ

(ଜଗତସିଂହପୁର, ଦିଲ୍ଲୀପ୍ ସାହୁ): ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି । କରୋନା ମହାମାରୀକୁ ମୁକାବିଲା ପାଇଁ ଦେଶରେ ୨୧ଦିନିଆ ଲକଡାଉନରେ ସାଧାରଣ ଦରିଦ୍ର ବର୍ଗର ଲୋକ ବିଶେଷ ପ୍ରଭାବିତ ହେଉଛନ୍ତି । କରୋନା ମହାମାରୀକୁ ମୁକାବିଲା ପାଇଁ ଶିଳ୍ପପତି, ଖେଳାଳି, ଅଭିନେତା, ରାଜନେତାଙ୍ ଠାରୁ ଆରମ୍ଭ କରି ବଦାନ୍ୟ ବ୍ୟକ୍ତିମାନେ ସାହାଯ୍ୟର ହାତବଢାଉଛନ୍ତି । ଏହି କ୍ରମରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ଆଗେଇ ଆସିଛନ୍ତି । ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି ସରକାରଙ୍କଠାରୁ ପାଉଥିବା ନିଜର ବର୍ଷକର ପାଉଣା ୩୩ହଜାର ଛଅଶହ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଚେକ୍ ଜରିଆରେ ପ୍ରଦାନ କରିଥିଲେ । କରୋନା ମହାମାରୀର ମୁକାବିଲା ପାଇଁ ଗରିବ ଲୋକଙ୍କ ସହାୟତା ନିମନ୍ତେ ଏହି ଅର୍ଥ ପ୍ରଦାନ କରିବା ସହ ଲୋକମାନେ ସରକାରଙ୍କ ଲକଡାଉନ ଘୋଷଣାକୁ ମାନି ଘରେ ରହି ନିଜକୁ ତଥା ଅନ୍ୟମାନଙ୍କୁ ମହାମାରୀ କରୋନା କବଳରୁ ରକ୍ଷାପାଆନ୍ତୁ ବୋଲି ନିବେଦନ କରିଛନ୍ତି।

Related posts

ପଦ୍ମ ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି 

mahabharatanews

ବଟି ନଦେବାରୁ ଶ୍ରମିକଙ୍କୁ ସ୍ଥାନୀୟ ଯୁବକଙ୍କ ମାଡ

mahabharatanews

ଆଜି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇବେ ମହାପ୍ରଭୁ

mahabharatanews