ଓଡିଶାଭାରତ

ଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତ

ରାଇରଙ୍ଗପୁର(ସତ୍ୟ ନାରାୟଣ ପାଲ ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଶ୍ରୀମତୀ ଅନୁପମା ଏକଘେରା ଜଣେ ସମାଜସେବୀ, ପରୋପକାରୀ ଓ କର୍ମଠ ମହିଳା ।ତାଙ୍କରି ସମାଜସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଭାରତୀୟ ଵୈଶ୍ଯ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷ  ଶ୍ରୀ ଶଙ୍କର ଗୁପ୍ତା ଓଡ଼ିଶାର ମହିଳା ଅଧ୍ୟକ୍ଷା ଭାବେ ମନୋନୀତ କରିବା ସହ ଗୁରୁ ଦାୟିତ୍ବ ଅର୍ପଣ କରିଛନ୍ତି ।ସେ ରାଜ୍ୟର ଦାୟିତ୍ଵ ସହ ବିଭିନ୍ନ ସଂଗଠନ କରି ବହୁ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ଵ ଅର୍ପଣ କରି ଦାୟିତ୍ଵ ସହ ଏହି ସାମାଜିକ ଅନୁଷ୍ଠାନର ବିଭିନ୍ନ ଯୋଜନାକୁ କ୍ରିୟାଶୀଳ କରିବାରେ ସହଯୋଗ କରିପାରିବେ ।ସଂଗଠନ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ । ଏଥିରେ ଶ୍ରୀମତୀ ଅନୁପମା ଏକଘେରା ନିଜର ସମ୍ମତି ପ୍ରକାଶ ସହ ଓଡ଼ିଶାରେ ଵୈଶ୍ଯ ମହାସଭା ସଂଗଠନକୁ କୋଣେ ଅନୁକୋଣେ ସୁଦୃଢ କରିବେ ବୋଲି କହିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶଙ୍କର ଗୁପ୍ତା ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।

Related posts

ମାସ୍କ,ପିପିଇ କିଟ ଦୁର୍ନତୀ: ଜିଲ୍ଲାପାଳ ଅଫିସ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

mahabharatanews

ଗତ ୨୪ ଘଣ୍ଟାରେ ୯୬,୪୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୭୪ ମୃତ

mahabharatanews

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ଧାରଣା

mahabharatanews