(ମୁମ୍ବାଇ) : ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦ୍ୱିତୀୟ ସନ୍ତାନ ବାପାମା ହେବାକୁ ଯାଉଛନ୍ତି । ଏହି ଖବର କ୍ରମାଗତ ଭାବେ ହେଡଲାଇନରେ ରହିଛି । ଏସବୁ ମଧ୍ୟରେ ସୋସିଆଲ ମିଡିଆରୁ ବର୍ତ୍ତମାନ ଏକ ସୂଚନା ଆସୁଛି ଯେ,
ବ୍ୟବସାୟୀ ହର୍ଷ ଗୋଏଙ୍କା ଅଭିନେତ୍ରୀଙ୍କ ଗର୍ଭଧାରଣ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଆଜି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ନିକଟରେ ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ ‘କିଛି ଦିନ ମଧ୍ୟରେ ଏକ ଶିଶୁ ଜନ୍ମ ହେବାକୁ ଯାଉଛି। ଏବେ ଦେଖିବା ବାକି ରହିଲା ଯେ ପିଲାଟି ନିତ ପିତାଙ୍କ ପରି କ୍ରିକେଟର ହେବେ ନା ମା’ଙ୍କ ପରି ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟର ଗଢିବେ ।
ସୂଚନାନୁଯାୟୀ , ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଶିଶୁକୁ ଦେଶରେ ନୁହେଁ ବରଂ ବିଦେଶରେ ସ୍ୱାଗତ କରିବା ନେଇ ଯୋଜନା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ଦମ୍ପତି ଏ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାଟି ଲଣ୍ଡନରେ ଜନ୍ମ ନେଇ ପାରେ । ହର୍ଷ ଗୋଏଙ୍କାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି।
