ଓଡିଶା

ବାଲେଶ୍ୱର ପ୍ରଚାର ବେଳେ ସାଂସଦ ସେକିଲେ ରୁଟି

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋର୍‌ରେ ଚାଲିଥିବା ବେଳେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦ୍ୱିତୀୟ ଥର ସେଠାରେ ପ୍ରଚାର କରୁଛନ୍ତି । ସେ ଆଜି ସକାଳେ ରାସ୍ତା କଡ଼ ଦୋକାନରେ ଚା’ ପିଇଛନ୍ତି । ଏହି ଅବସରରେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ତେର୍ଚ୍ଛା ତୀର ମାରିଛନ୍ତି।
ଆଜି ମେଡିକାଲ୍‌ ଛକ, ସିନେମା ଓ ଷ୍ଟେସନ୍‌ ଛକରେ ପ୍ରଚାର କରିଛନ୍ତି ଭୁବନେଶ୍ୱର ସାଂସଦ। ଭୋଟରଙ୍କୁ ଅ।।କୃଷ୍ଟ କରିବାକୁ ସେଠାର ଚା ଦୋକାନରୁ ଚା କିଣି ପିଇବା ସହ ଦାନ୍ତକାଠି ଦୋକାନରୁ ଦାନ୍ତକାଠି, ଫୁଲ ଦୋକାନରୁ ଫୁଲ କିଣିଥିଲେ । ଏହା ବ୍ୟତୀତ ମାଡାମ ଜଳଖିଆ ଦୋକାନରେ ରୁଟି ସେକିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଅବସରରେ ସେ ସେଠାର ଲୋକ ଓ ଦୋକାନୀଙ୍କ ସହ ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ୍‌ ପ୍ରଚାରକୁ ମଧ୍ୟ ସାଂସଦ ସମାଲୋଚନା କରିବାକୁ ଭୁଲିନଥିଲେ । ସେ କହିଛନ୍ତି, ରାଜ୍ୟ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଛିଡ଼ା ହେବା କଥା। ମାତ୍ର ମୁଖ୍ୟମନ୍ତ୍ରୀ ତାହା ନକରି ଭର୍ଚୁଆଲ୍‌ ରାଲି କରୁଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଓ ହାସ୍ୟସ୍ପଦ ।

 

Related posts

ଶ୍ରୀକ୍ଷେତ୍ର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ

mahabharatanews

ବାଲୁକା କଳାରେ ବିଶ୍ବ ହୃଦୟ ଦିବସ 

mahabharatanews