ରାଜନୀତି

IPU ଉପସଭାପତି ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ଗୁରୁଦାୟିତ୍ୱ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ IPU ଉପସଭାପତି । ଓଚଟ କାର୍ଯ୍ୟକାରୀ କମିଟି ଦ୍ୱାରା ସେ ମନୋନୀତ ହୋଇଛନ୍ତି । ନିଜର ଏକ୍ସ ଆକାଉଣ୍ଟରେ ସେ ଏହି ଖବର ଦେଇଛନ୍ତି ।

ଗତ ମାର୍ଚ୍ଚ ମାସରେ ଜେନିଭାରେ  IPU ଆସେମ୍ବଲୀରେ ଅପରାଜିତା ଭାଗ ନେଇଥିଲେ । ସେ  IPU କାର୍ଯ୍ୟକାରୀ  କମିଟିର ସଦସ୍ୟ ଅଛନ୍ତି। ଏସିଆ ପାସିଫିକ୍ ଗ୍ରୁପ ସାଂସଦକୁ ନେଇ  IPU- ଇଣ୍ଟର ପାର୍ଲିଆମେଣ୍ଟାରୀ ୟୁନିଅନ ରହିଛି  ।

 ଭୁବନେଶ୍ବର ଲୋକସଭା ସାଂସଦ ଅଛନ୍ତି ଅପରାଜିତା । ଏଥର ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ନିର୍ବାଚନରେ ବିଜୟୀ ହୋଇଛନ୍ତି । କିଛି ଦିନ ତଳେ ହାଉସ୍‌ କମିଟିରେ ସ୍ଥାନ ପାଇଥିଲେ ଅପରାଜିତା । ୧୨ ଜଣିଆ ହାଉସ୍‌ କମିଟିରେ ତାଙ୍କୁ ସ୍ଥାନ ଦେଇଥିଲେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ହାଉସ କମିଟି ଗଠିତ ହୋଇଛି।

Related posts

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

mahabharatanews

ବଜେଟରେ ବଡ ଘୋଷଣା: ଭତ୍ତା ହେଲା ୩,୫୦୦

mahabharatanews

ରେଳ ନିଯୁକ୍ତି ଦୁର୍ନୀତି ମାମଲା, ଲାଲୁ ଯାଦବଙ୍କ ପୂର୍ବତନ ଓଏସଡି ଗିରଫ

mahabharatanews