ଭାରତ

 ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମାର

(ଦିଲ୍ଲୀ) : ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମାର । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଏବଂ ରେଣୁକା ସିଂ ସାରୁତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବର୍ତ୍ତମାନ ନରେନ୍ଦ୍ର ସିଂ ତୋମାରଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ ଦିଆଯାଇଛି।

ସୂଚନାନୁଯାୟୀ , ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ରାଜ୍ୟ ମନ୍ତ୍ରୀଙ୍କ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଜଳ ଶକ୍ତି ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଅତିରିକ୍ତ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅର୍ଜୁନ ମୁଣ୍ତା ଝାରଖଣ୍ତର ୩ ଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି ।

Related posts

୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସ

mahabharatanews

ଲଙ୍ଗରରେ ବାସନ ଧୋଇଲେ ରାହୁଲ ଗାନ୍ଧି

mahabharatanews

ହଠାତ କଳାମୟ ହୋଇଗଲା ଆପାର୍ଟମେଣ୍ଟ ବିଲ୍ଡିଂ

mahabharatanews