ନୂଆଦିଲ୍ଲୀ – ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ ବ୍ୟୁରୋ ତାର ଖୋଳତାଡ ଜାରି ରଖିଛି । ଏନସିବି ଆଜି ଅଭିନେତା ଅର୍ଜୁନ ରାମପାଲଙ୍କୁ ପୁଣି ଥରେ ଡାକି ପଚରାଉଚରା ପାଇଁ ଡକାଇଥିଲେ । ଅର୍ଜୁନ ରାମପାଲ ଡିସେମ୍ବର ୨୧ କୁ ସମୟ ମାଗିଛନ୍ତି । ଡିସେମ୍ବର ୨୨ ୧୧ ଟା ସମୟରେ ଯାଞ୍ଚ ପାଇଁ ଉପସ୍ଥିତ ହେବାକୁ କହିଛନ୍ତି ଅର୍ଜୁନ ରାମପାଲ । ଗତ ମଙ୍ଗଳବାର ଦିନ ଏନସିବି ଅର୍ଜୁନ୍ ରାମପାଲଙ୍କୁ ପୁଣି ଥରେ, ସମନ ଜାରି କରିଥିଲେ । ଏହା ପୂର୍ବରୁ ମଧ୍ୟ ନଭେମ୍ବର ମାସରେ ଏନସିବି ଅର୍ଜୁନ୍ ରାମପାଲଙ୍କ ଘରେ ରେଡ କରିଥିଲେ । ତାଙ୍କ ଘରେ ଡ୍ରଗ୍ସ୍ ମିଳିନଥିଲା ସତ, କିନ୍ତୁ କିଛି ଔଷଧ ମିଳିଥିଲା । ଏହାପରେ ଅର୍ଜୁନ୍ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ କିଛି ଘଂଟା ଧରି ପଚରାଉଚୁରା କରିଥିଲା ଏନସିବି ।
Edit by sanjulata sahoo